ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ…. – ତେଜସ୍ବୀ ଯାଦବ

add-all

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ତେଜସ୍ବୀ ଯାଦବ । ରାହୁଲ ଗାନ୍ଧୀଙ୍କୁ ଭେଚିବା ପରେ ନୀତୀଶଙ୍କୁ କଲେ ନିଶାନା । କହିଲେ ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ… ବିହାର ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ ତାଆଗରୁ ବିହାର ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ବଡ ବଡ ବୟାନ ଆଉ ନିର୍ବାଚନରେ କ୍ଷମତା ହାସଲ ସହ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି ହେଭିୱେଟ୍ ନେତା । ଆଉ ସେହି ଦୌଡରେ ପଛରେ ପଡି ନାହାନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ନୂଆଦିଲ୍ଲୀରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ତେଜସ୍ବୀ ଏବଂ ମନୋଜ ଝା । ଆଉ ସାକ୍ଷାତକାର ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ନୂଆଦିଲ୍ଲୀରୁ ନୀତୀଶଙ୍କୁ ନିଶାନା କରିଛନ୍ତି ତେଜସ୍ବୀ ।
ତେବେ ସାକ୍ଷାତକାର ପରେ ତେଜସ୍ବୀ କହିଛନ୍ତି, ବୈଠକରେ ସକାରାତ୍ମକ ଆଲୋଚନା ହେଲା । ଆମେ ୧୭ ଏପ୍ରିଲରେ ପାଟନାରେ ପୁଣି ଥରେ ଭେଟ ହେବୁ । ବିହାର ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ଏବଂ ଆମେ ବିହାରକୁ ଆଗକୁ ନେବାକୁ ଚାହୁଁଛୁ. ବୋଲି ତେଜସ୍ବୀ କହିଛନ୍ତି ।
ସେହିପରି ନୀତୀଶ କୁମାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି ତେଜସ୍ବୀ । ରାଜ୍ୟରେ ଏନଡିଏ ସରକାରର ୨୦ ବର୍ଷ ପରେ ମଧ୍ୟ ବିହାର ସବୁଠାରୁ ଗରିବ ରାଜ୍ୟ ହୋଇ ରହିଛି । ମାତ୍ର ଏଥର ଆମେ ବିହାରକୁ ବିକାଶ ଦିଗରେ ନେଇଯିବାକୁ ଚାହୁଁଛୁ । ସର୍ବସମ୍ମତିକ୍ରମେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚେହେରା ନିର୍ଣ୍ଣୟ କରାଯିବ । ତେବେ ନୀତୀଶଙ୍କୁ ନିଶାନା କରି କଡା ଭାଷାରେ ସମାଲୋଚନା କରିଛନ୍ତି ତେଜସ୍ବୀ । ‘ନୀତୀଶ ଜୀ ହାଇଜାକ୍ ହୋଇ ସାରିଛନ୍ତି’ ତେଣୁ ଏଥର ବିହାରରେ ଏନଡିଏ ସରକାର ଗଠନ କରୁନାହିଁ ବୋଲି ସ୍ପଷ୍ଟ କରି ଦିଲ୍ଲୀରୁ ବିହାରକୁ ଟାର୍ଗେଟ୍ କରିଛନ୍ତି ତେଜସ୍ବୀ ।

ad-week
Leave A Reply

Your email address will not be published.