ନଇଁଲା ଚୀନ୍ : ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଆମେରିକାକୁ ନିବେଦନ କଲା

add-all

ନୂଆଦିଲ୍ଳୀ: ବାଣିଜ୍ୟିକ ଶୁଳ୍କକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଉଭୟ ଉଭୟଙ୍କ ଉପରେ ଶୁଳ୍କ ଲଗାଇବାରେ ବ୍ୟସ୍ତ ଅଛନ୍ତି । ଯାହାଦ୍ବାରା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ ଚୀନ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ତ କରିଥିଲା ହେଲେ ତାହା କାମ ଦେଲାନି । ସେଇଥି ଲାଗି ତ ଚାପ ବଦଳରେ ଅନୁରୋଧର ରାସ୍ତା ଆପଣାଇଛି ବେଜିଂ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧକୁ ନେଇ ଦୁଇ ମହାଶକ୍ତି, ଆମେରିକା ଏବଂ ଚୀନ୍ ମୁହାଁମୁହିଁ ହୋଇଛନ୍ତି । ଚୀନ୍ ପ୍ରଥମେ ଶୁକ୍ଳ ଲାଗୁରେ କଠୋର ମନୋଭାବ ଦେଖାଇଥିଲା କିନ୍ତୁ ଧୀରେ ଧୀରେ ଏହାର ମନୋଭାବ ନରମ ହେଉଥିବା ଦେଖିବାକୁ ମିଳିଛି । ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ରବିବାର ଆମେରିକାକୁ ପାରସ୍ପରିକ ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିବେଦନ କରିଛି । ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।
ସେପଟେ ପୂରା ଘଟଣାକୁ ନେଇ ଚୀନ ମୁଖପାତ୍ର କହିଛନ୍ତି, ଆମେ ଆମେରିକାକୁ ତା’ର ଭୁଲ ସଂଶୋଧନ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଏବଂ ପାରସ୍ପରିକ ଶୁ୍କ୍ଳର ଭୁଲ୍‌ ଅଭ୍ୟାସକୁ ସଂପୂର୍ଣ୍ଣ ବାତିଲ କରିବାକୁ ଏବଂ ପାରସ୍ପରିକ ସମ୍ମାନର ସଠିକ୍ ପଥକୁ ଫେରିବାକୁ ଅନୁରୋଧ କରୁଛୁ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି,ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ପାଇଁ ଛାଡ଼ ଘୋଷଣା କରିଥିଲା ।
ଏହାସହ ଚୀନ୍ ଆହୁରି ମଧ୍ୟ କହିଛି , କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଶୁଳ୍କରୁ ମୁକ୍ତ କରିବା ପାଇଁ ଏହା ଏବେ ବି ବିଚାର କରୁଛି, କାରଣ ଦେଶକୁ ୯୦ ଦିନର ଶୁଳ୍କ ସ୍ଥଗିତ ରଖିବା ପରେ ମଧ୍ୟ ଅଧିକାଂଶ ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଛି । ଯାହା ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଛି । ମୋଟ୍‌ ଉପରେ ଚୀନ ଓ ଆମେରିକା ଶୁଳ୍କ ଯୁଦ୍ଧ ତେଜିବାରେ ଲାଗିଛି । ନିଇତି ଏନେଇ ପରସ୍ପର ଉପରେ ଦୋଷାରୋପ ମଧ୍ୟ କରୁଛନ୍ତି । ହେଲେ ଚୀନ ଯେଉଁପରି ଭାବରେ ନଇଁଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଆମେରିକା ସହ ସିଧାସଳଖ ପଙ୍ଗା ନେବାକୁ ଚାହୁଁନି ଚୀନ ।

ad-week
Leave A Reply

Your email address will not be published.