ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ କିନ୍ତୁ ବିଜେପି ମତେ ଆସିବାକୁ ଦେଉନି – ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଇଡିରେ ହାଜର ହେବାକୁ ଯିବା ବେଳେ ବିଜେପି ଉପରେ ବର୍ଷିଲେ ରବର୍ଟ ଭଦ୍ରା । ବିଜେପି ଏବଂ ତାର ନିମ୍ନ ମାନସିକତା ନେଇ ଟାର୍ଗେଟ୍ କରିଛନ୍ତି ରବର୍ଟ । ମାମଲାରେ କିଛି ନାହିଁ ଏହା କେବଳ ରାଜନୈତିକ ପ୍ରତିଶୋଧ ବୋଲି କହି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରବର୍ଟ । ଏଥିସହ ତାଙ୍କ ସ୍ବରକୁ ଚାପିବାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ରବର୍ଟ କହିଛନ୍ତି ।
ତେବେ ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ୨ୟ ଥର ପାଇଁ ରବର୍ଟଙ୍କୁ ସମନ କରିବା ପରେ ସେ ଆଜି ଇଡି ଅଫିସରେ ହାଜର ହୋଇଛନ୍ତି ଆଉ ସେତିକି ବେଳେ ବିଜେପି ଉପରେ ଧୂମ୍ ବର୍ଷିଛନ୍ତି ରବର୍ଟ ।
ରବର୍ଟ କହିଛନ୍ତି ମାମଲାରେ କିଛି ନାହିଁ । ୨୦ ବର୍ଷରେ ମୁଁ ୧୫ ଥର ଇଡିରେ ହାଜର ହୋଇ ସାରିଲିଣି । ଆଉ ସେମାନେ ମତେ ପ୍ରତି ଥର ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରନ୍ତି । ମୁଁ ସବୁ ପ୍ରଶ୍ନର ଉତ୍ତର ଦିଏ ସବୁଥିରେ ସହଯୋଗ କରେ । ଏଜାବତ ୨୩୦୦୦ ଡକ୍ୟୁମେଣ୍ଟ ଇଡିରେ ସେ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା ।
ତେବେ ଅନ୍ୟ ଏକ ସାଙ୍ଘାତିକ ଅଭିଯୋଗ ଆଣି ରବର୍ଟ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଯେବେ ବି ମୁଁ ଲୋକଙ୍କ କଥା କୁହେ କିମ୍ବା ଜନତାଙ୍କ ପକ୍ଷ ନିଏ ଏମାନେ ସେବେ ମୋ ବିରୋଧରେ ଏଜେନ୍ସି ଲଗାଇ ଦିଅନ୍ତି । ମୋ ସ୍ବରକୁ ଚାପିବାକୁ, ପ୍ରକୃତ ଘଟଣାକୁ ଦବାଇ ଦେବାକୁ ଏମାନେ ମୋ ସହ ଜଡିତ ପୁରୁଣା ପ୍ରସଙ୍ଗକୁ ଉଠାନ୍ତି । ସଂସଦରେ ରାହୁଲଙ୍କ ସ୍ବର ଚାପିବାକୁ ଉଦ୍ୟମ ହେଉଛି ଆଉ ଏଠି ମୋର ସ୍ବର ଚାପିବାକୁ ଇଡିର ଅପବ୍ୟବହାର କରାଯାଉଛି । ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ, ଯେବେ ବି ମୁଁ ରାଜନୀତିରେ ପାଦ ଦେବାକୁ ଭାବୁଛି ଏମାନେ ମତେ ରାଜନୀତିକୁ ଆସିବାକୁ ଦେଉନାହାନ୍ତି ବୋଲି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ବର୍ଷିଛନ୍ତି ରବର୍ଟ ।

nis-ad
Leave A Reply

Your email address will not be published.