ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକାଙ୍କ ସଲିଳ ସମାଧି

add-all

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ଏକ ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକା ସଲିଳ ସମାଧି ହୋଇଛି। ଦୁଇ ନାବାଳିକା ହେଲେ ସବନା ଖାତୁନ ଓ ରୁଜୁଆନା ଖାତୁନ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ଏହି ଗ୍ରାମର ସେକ ନିଜାମୁଦ୍ଦିନ୍‌ଙ୍କ ଛଅ ବର୍ଷର ଝିଅ ସବନା ଖାତୁନ ଓ ସେକ ତୈରୁଦ୍ଦିନ୍‌ଙ୍କ ପାଞ୍ଚ ବର୍ଷର ଝିଅ ରୁଜୁଆନା ଖାତୁନ ଖେଳୁଥିବା ସମୟରେ ଗ୍ରାମ ନିକଟସ୍ଥ ପରିତ୍ୟକ୍ତ ନାଳରେ ପଡ଼ି ଯାଇଥିଲେ। ଏହି ସ୍ଥାନକୁ କୌଣସି ଲୋକଙ୍କ ଗତାଗତ ନଥିବା ବେଳେ ଏହି ଘଟଣା କାହାରି ନଜରକୁ ଆସିଥିଲା। ଏଣେ ଦୀର୍ଘ ସମୟ ଧରି ଝିଅ ଘରକୁ ଫେରିନଥିବା ଦେଖି ପରିବାର ଲୋକ ଏଣେ ତେଣେ ଖୋଜା ଖୋଜି କରି ପରିତ୍ୟକ୍ତ ନାଳରେ ଉଭୟ ନାବାଳିକା ଭାସୁଥିବା ଦେଖିବାକୁ ପାଇ ତୁରନ୍ତ ଉଦ୍ଧାର କରିବା ସହିତ ବସ୍ତା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏଣେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ୍ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମଗ୍ର ବସ୍ତିରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.