ବାଟବଣା ମନରେଗା ଯୋଜନା ବିନା କାର୍ଯ୍ୟାଦେଶରେ ମେସିନ ଲଗାଇ ହେଉଛି କାର୍ଯ୍ୟ

ଆଇନ ହାତରେ ବେଡି ପକାଇ ନରେଗା ଅର୍ଥ ହରିଲୁଟ

ମାଲକାନଗିରି,୧୬/୦୪ : ଓଡିଶା ଉପାନ୍ତ ମାଲକାନଗିରି ଜିଲ୍ଲାରେ ବାଟବଣା ହେଉଛି ମନରେଗା ଯୋଜନା । ଆଇନକୁ ହାତକଡ଼ି ପକାଇ ଅଭିନବ ଉପାୟରେ ଅର୍ଥ ହେଉଛି ହରିଲୁଟ । ଲୋକଙ୍କୁ ଦାଦନ ଶ୍ରମିକ ଭଳି ଦୁର୍ଦ୍ଦଶାପୂର୍ଣ୍ଣ ଜୀବନରୁ ବିରତ ରଖିବାକୁ ବର୍ଷକରେ ନିଜ ଅଞ୍ଚଳରେ ଅନୁନ୍ୟ ଶହେ ଦିନର କାମ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ମନରେଗା ଭଳି ଯୋଜନା ପ୍ରଣୟନ କରାଯାଇଛି । ତେବେ ତୃଣମୂଳ ସ୍ତରରେ ଏହି ଯୋଜନା ସରକାରୀ ବାବୁ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବା ବେଳେ ଉଭୟ ବ୍ୟାପକ ପରିମାଣରେ ଅର୍ଥ ବାଟମାରଣା କରିବା ଭଳି ଚିତ୍ର ସାମ୍ନାକୁ ଆସିଛି । କିଛି ଏଭଳି ଉଦାହରଣ କାଲିମେଳା ବ୍ଲକ ତାଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ତାଣ୍ଡାବାଇ ଠାରୁ ମଶାଣିଘାଟ ରାସ୍ତା କାମରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଏହି ଗ୍ରାମରେ କୋଡ଼ ନମ୍ୱର ୨୪୩୧୦୧୪୦୧୦/ଆରସୀ/୧୦୬୨୦୩୨୬ ରେ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ରାସ୍ତା କାମ ହୋଇଛି ।
କାମ ଆରମ୍ଭ ପୂର୍ବରୁ ସେଠାରେ ଫଳକ ସ୍ଥାପନ କରି କାମ ବିଷୟରେ ସୂଚନା ଦେବାକୁ ବିଭାଗ ଭୁଲିଯାଇଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କୁ ନେଇ କରାଯିବାକୁ ଥିବା ଏହି କାମକୁ ବିଭାଗୀୟ କର୍ମଚାରୀ ମାନେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତିଙ୍କ ସହଯୋଗରେ ମେସିନ୍ ଯୋଗେ କାମ କରାଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗାଁ ଲୋକେ ମନରେଗା ରେ କାମ କରିବାକୁ ସୁଯୋଗ ପାଉନଥିବା ବେଳେ ମେସିନ୍ ଯୋଗେ କାମ କରାଯିବା ଘଟଣା ମନରେଗା ଯୋଜନାରେ ରହିଥିବା ସରକାରୀ ବାବୁ ଓ ତୃତୀୟ ବ୍ୟକ୍ତିଙ୍କ ଉପସ୍ଥିତିକୁ ଦର୍ଶାଉଛି ବୋଲି ସାଧାରଣରେ ଚର୍ଚା ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏକ ଟିମ୍ ଗଠନ କରି ଏଭଳି କାର୍ଯ୍ୟର ତଦାରଖ କଲେ ଏକ ବଡ ଧରଣର ଅର୍ଥ ହରି ଲୁଣ୍ଠନର ତଥ୍ଯ ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏବାବଦରେ ଉକ୍ତ ପଞ୍ଚାୟତର କାର୍ଯ୍ୟବାହାକ ଯନ୍ତ୍ରୀ ଶିବାସୀଷ ବିଶ୍ୱାସ ଙ୍କ ମତା ମତ ନେବାରୁ ସେ କାର୍ଯ୍ୟ ବାବଦରେ ଜାଣିନ ଥିବା ଓ ବିଭାଗୀୟ ADO ଙ୍କୁ ପଚାରି ବୁଝିବା ସହ ମତାମତ ରଖିବାକୁ କହିଥିଲେ । ଏଠି ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ପଂଚାୟତରେ ହେଉଥିବା କାମରେ କିଭଳି ଉଚ୍ଚ ଅଧିକାରୀଙ୍କ ନଜର ପଡୁନି ନା ଜାଣିଶୁଣି ଏହିଭଳି ଅଭିନୟ କରୁଛନ୍ତି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ । ସଠିକ ଭାବେ ଏହାର ଯାଞ୍ଚ କରାଗଲେ ଏହି ଦୁର୍ନୀତି ର ପର୍ଦାଫାସ ହୋଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

nis-ad
Leave A Reply

Your email address will not be published.