ମୋହନ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସଙ୍କ ଦରମା ବୃଦ୍ଧି । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ମାସକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର ।

ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଲାନ୍‍ସ ନାଏକ/ନାଏକ/ହାବିଲ୍‍ଦାର (GD) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍‍ଡ ଅଫିସର (GD) ୪୦ ହଜାରରୁ ୫୫ ହଜାର, ଜୁନିଅର କମିଶନ୍‍ଡ ଅଫିସର (Instructor) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍ ମେକାନିକ୍/ ଖଲାସି ମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର, ସିରାଙ୍ଗ/ଇଞ୍ଜିନ୍‍ ଡ୍ରାଇଭର ମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.