କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା: ସୁଭଦ୍ରା ସର୍ଭେରେ ହେବେ ସାମିଲ

add-all

ଭୁବନେଶ୍ୱର: କଲେଜ ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ।

ଏନେଇ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ ଆଇଆଇଏମ, ସମ୍ୱଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲ। ଆଇଆଇଏମ, ସମ୍ୱଲପୁରର ସହାୟତାରେ ହିତାଧିକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ସର୍ବେକ୍ଷଣରେ କଲେଜ ଛାତ୍ରୀଙ୍କୁ ସାମିଲ କରିବାକୁ ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା ପାଇଁ ପଞ୍ଜୀକରଣ କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲ୍‌ରେ ସହାୟତା ନନେବା ପାଇଁ ଅପ୍ଟ ଆଉଟ୍ କରିଛନ୍ତି ବା ସ୍ୱେଚ୍ଛାକୃତ ଭାବେ ମନା କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେମାନଙ୍କର ଏହି ପଦକ୍ଷେପ ଯୋଗୁଁ ଅନ୍ୟ ଯୋଗ୍ୟ ହିତାଧିକାରୀ ସୁବିଧା ପାଉଥିବା ବେଳେ ଅପ୍ଟ ଆଉଟ୍ କରିଥିବା ମହିଳାମାନଙ୍କୁ “ସାବାସ୍ ସୁଭଦ୍ରା” ଆଖ୍ୟା ଦିଆଯାଇ ସମ୍ୱର୍ଦ୍ଧିତ କରାଯିବ।

ସେହିପରି ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ad-week
Leave A Reply

Your email address will not be published.