ଓଡ଼ିଆ ପକ୍ଷ ସରିଲା – ବରପୁତ୍ରଙ୍କ ନାମ ଓଡ଼ିଆ ଭାଷାରେ ଲେଖାହୋଇ ପାରିଲା ନାହିଁ

add-all

ବ୍ରହ୍ମପୁର : ଚଳିତ ବର୍ଷ ଓଡିଶା ଦିବସ ଏପ୍ରିଲ ପହିଲାରୁ ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଶା ରାଜ୍ୟ ସରକାର ଓଡ଼ିଆ ପକ୍ଷ ଭାବେ ପାଳନ କରିଛି l ଭିନ୍ନ ଭିନ୍ନ ଦିବସରେ ଓଡ଼ିଆ ଭାଷା, ସଂସ୍କୃତି ଆଦିର ପ୍ରଚାର ପ୍ରସାରରେ ଏହି ପକ୍ଷ ପାଳନ ଶେଷ ହୋଇଛି ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସଦର ମହକୁମାରେ ମୁଖ୍ୟରାସ୍ତାରେ ସ୍ଥାପନ କରାଯାଇଥିବା ଓଡ଼ିଆ ବରପୁତ୍ର ତଥା ମହାମନୀଷୀଙ୍କ ପ୍ରତିମୂର୍ତ୍ତି ଅତ୍ୟନ୍ତ ଅସମ୍ମାନ ଅବସ୍ଥାରେ ରଖାଯିବା ଓ ଇଁରାଜୀ ଭାଷାରେ ଉକ୍ତ ମହାମନୀଷୀଙ୍କ ପରିଚୟ ଲେଖାଯିବା ଜିଲ୍ଲା ପ୍ରଶାସନର ଦୃଷ୍ଟିରେ ପଡିଲା ନାହିଁ l ବାରମ୍ବାର ଦୀର୍ଘ ବର୍ଷରୁ ଦାବୀ ସତ୍ୱେ ମହାମନୀଷୀ ମାନଙ୍କ ପ୍ରତିମୂର୍ତ୍ତିକୁ ଗୋଟିଏ ଗୋଟିଏ ଲମ୍ବା ବେଞ୍ଚରେ ବସିବା ମୁଦ୍ରାରେ ସ୍ଥାପନ କରାଯାଇଛି l ଫଳରେ କିଛି ଲୋକ ଅତ୍ୟନ୍ତ ଅଵିଵେକୀ ଭାବେ ପ୍ରତିମୂର୍ତ୍ତି ପାର୍ଶ୍ୱରେ ବସିବା, ପ୍ରତିମୂର୍ତ୍ତି ଉପରେ ହାତ ପକାଇ ଅତ୍ୟନ୍ତ ବେଖାତିର ଭାବେ ବସିବା ଆଦି ଦୈନିକ ଦୃଷ୍ଟି ଗୋଚର ହେଉଛି l ଫଳରେ ଉକ୍ତ ମହାମନୀଷୀ ମାନଙ୍କ ପ୍ରତି ଖୁବ ଅସମ୍ମାନ ହେବାସହ ସଭ୍ୟ ସମାଜର ଏହା ଏକ ପରିପନ୍ଥୀ ଅଟେ l

ପ୍ରତିମୂର୍ତ୍ତି ଗୁଡିକୁ ସଠିକ ମୁଦ୍ରାରେ ସ୍ଥାପନ କରିବାକୁ ବହୁଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସତ୍ୱେ ଆଜି ସୁଦ୍ଧା ତାହା ହୋଇପାରୁନାହିଁ l ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ସତ୍ୱେ ବରପୁତ୍ରଙ୍କ ନାମ ଓଡ଼ିଆ ଭାଷାରେ ଲେଖା ହୋଇପାରୁନାହିଁ l ଅଥଚ ଖୁବ ଧୁମଧାମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବରପୁତ୍ରଙ୍କ ସ୍ମୃତିଚାରଣ, ସାରସ୍ୱତ ସାହିତ୍ୟିକ ସମାବେଶ ଆୟୋଜନ କରି ଓଡ଼ିଆ ପକ୍ଷ-୨୦୨୫କୁ ସମାପନ କରାଯାଇଛି l ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇ ଏଥିପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନର ବହୁ ବାର ଏ ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରାଯାଇଛି , ହେଲେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱହୀନ ମନେକରୁଥିବା ସନ୍ଦେହ ହେଉଛି l ଆସନ୍ତା ଏପ୍ରିଲ ୨୬ତାରିଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପୂର୍ବରୁ ଛତ୍ରପୁର ସହରରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ସମ୍ବନ୍ଧୀୟ ସମସ୍ୟା ଗୁଡିକର ସମାଧାନ ସ୍ୱରୂପ ପ୍ରତିମୂର୍ତ୍ତି ଗୁଡିକୁ ସଠିକ ସ୍ଥାପନ ଓ ଓଡ଼ିଆରେ ତାଙ୍କ ପରିଚୟ ଉଲ୍ଲେଖ ପାଇଁ ଆଇନଜୀବୀ ଅବନୀ ଗୟା ଓ ସମାଜସେବୀ ଗୁରୁଦେବ ବେହେରା ଦାବୀ କରିଛନ୍ତି l

ad-week
Leave A Reply

Your email address will not be published.