ଭୁବନେଶ୍ୱର : ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସାରିବା ପାଇଁ ଚେଷ୍ଟା କରାଯାଉଛି । ମରାମତି ଚୂଡ଼ାନ୍ତ ସ୍ଥିତିକୁ ଆସିଲାଣି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି। ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ହେଉଛି। ASIକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ । ଯେହେତୁ ASIକୁ ସମୟ କମ ଦିଆଯାଉଛି ତେଣୁ କାମ ବିଳମ୍ବିତ ହେଉଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ରତ୍ନଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା । ରତ୍ନ ଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ ପୃଥ୍ୱୀରାଜ କହିଛନ୍ତି ।
