ଅବ୍ୟବସ୍ଥାଘେରରେ ହିଞ୍ଜିଳିକାଟୁ ଇନ୍‌ଡୋର୍ ଷ୍ଟାଡିୟମ୍ : ବାହାରେ ସୁନ୍ଦର, ଭିତର ଫମ୍ପା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ୍ ୫ ବର୍ଷ ପୂରଣ ହୋଇନାହିଁ. ତଥାପି ଷ୍ଟାଡିଅମ ବହୁ ଅବ୍ଯବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି | ଉକ୍ତ ଷ୍ଟାଡିୟମ୍ ଉଦଘାଟନ ହୋଇ ୫ ବର୍ଷ ପୂରଣ ହୋଇନାହିଁ. କିନ୍ତୁ ଚର୍ତୁପାର୍ଶ୍ଵରେ ଥିଵା ଗ୍ରାନାଇଟ ଖସି ପୁଣି ନବକଳେବର ହୋଇଥିବା ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ୨ନଭେମ୍ବର ୨୦୨୦ ମସିହାରେ ପ୍ରାୟ ୮ କୋଟି ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମ ର ଶୁଭ ଉଦଘାଟନ କରିଥିଲେ।ବର୍ତ୍ତମାନ ଅବ୍ୟବସ୍ଥାରେ ଚାଲିଛି ଏହି ଇଣ୍ଡୋର ଷ୍ଟାଡିୟମ। ରକ୍ଷଣାବେକ୍ଷଣ ବାବଦରେ ସରକାର ତାର ଅର୍ଥ ଆସୁଥିବା ବେଳେ ଏହାର କୌଣସି ପରିଷ୍କାର ପରିଚ୍ଛନ୍ନ ହେଉଛି କିନ୍ତୁ ଏସି ୬ମାସ ହେବ କାମ କରୁନଥିବା ଓ ପିଈବା ପାଣି ଘରୁ ଆଣି ପିଉଥିବା ସିକୁରିଟି ଗାର୍ଡ ଓ ମହିଳା ହାଉସ କିପର କହିଛନ୍ତି ‌। ଷ୍ଟାଡିଅମର ଏପରି ଅବ୍ୟବସ୍ଥା ପାଇଁ ଦାୟୀ କିଏ ସେ ନେଇ ତଦନ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି. । ଏ ନେଇ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟ ଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ପର ହୋଇନାହିଁ ‌।

ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ ର ପ୍ରଶିକ୍ଷକ ଦିଲିପ କୁମାର ମିଶ୍ର ଙ୍କ ସହ ଯୋଗାଯୋଗ କରିବାରୁ ମୋଟର ପୋଡିଯାଇଥିବା ଓ ଏସି ୬ ମାସ ହେବ କାମ କରୁନଥିବା କହିଛନ୍ତି।ଏନେଇ ଜିଲ୍ଲା କ୍ରିଡା ଅଧିକାରୀ ଓ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଙ୍କୁ ଅବଗତ କରାଇଛନ୍ତି ବୋଲି ସଫେଇ ଦେଇଛନ୍ତି।ସେ କେତେବେଳେ ଆସନ୍ତି ଓ ଯାଆନ୍ତି ତାହାର କୌଣସି ହିସାବ ନାହିଁ। ଖେଳାଳି ସହ ଅଭିଭାବକ ମାନେ ଶୈଚ ହେବାପାଇଁ ପାଣି ଟୋପେ ନାହିଁ ‌।ସିକୁରିଟି ଗାର୍ଡ ହାତରେ ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ।ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିବା ବେଳେ ତାହା ସମ୍ଭଵ ପର ହୋଇନାହିଁ। କିନ୍ତୁ ଉକ୍ତ ଷ୍ଟାଡିୟମରେ କୁନି କୁନି ପିଲାଙ୍କ ସହ ଯୁବକ/ ଯୁବତୀ ଆସୁଛନ୍ତି। ଖରାଦିନେ ଗରମ ସାଙ୍ଗକୁ ଗୁଳିଗୁଳି ହେଉଥିବା ରୁ କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। | ସରକାର ଯୁବପିଢ଼ୀ ତଥା କ୍ରୀଡ଼ାକାରୀଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇଥିବା ବେଳେ ଏହି ପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅତିଶୀଘ୍ର ଉକ୍ତ ଷ୍ଟାଡିୟମ୍ ର ଏସି ମରାମତି କରିବା ସହ ପାଣି ସମସ୍ୟା ସମାଧାନ ପାଇଁ ଦାବି ହୋଇଛି

nis-ad
Leave A Reply

Your email address will not be published.