ପିକଅପ୍ ଭ୍ୟାନ ଧକ୍କାରେ ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

add-all

ହିଞ୍ଜିଳିକାଟୁ : ୩୬ ନଂ ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ପିକଅପ୍ ଭ୍ୟାନ୍ (ଓଡି୩୨ ୯୬୭୦) ଧକ୍କାରେ ଏକ ପରିବା ବୋଝେଇ ଅଟୋ (ଓଡି୦୫ ୟୁ ୯୭୫୬) ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଦୂର୍ଘଟଣାରେ ଅଟୋ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ପାଟପୁର ଥାନା ନିସ୍ତିପୁର ଗ୍ରାମର ରବିନ୍ଦ୍ର ପ୍ରଧାନ (୨୮) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହିଞ୍ଜିଳି ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ରବିବାର ସକାଳେ ନନ୍ଦିକ ଠାରୁ ଏକ ପରିବା ବୋଝେଇ ଅଟୋ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳିକାଟୁ ଠାରୁ ତାରାତାରିଣୀ ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ସହ ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା। ପିକଅପ୍ ଭ୍ୟାନ ଧକ୍କାରେ ଅଟୋଟି ରାସ୍ତା ପ୍ବାର୍ଶ୍ବକୁ ଓଲଟି ପଡିବା ସହ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।‌

ad-week
Leave A Reply

Your email address will not be published.