ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

add-all

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ ଅଧ୍ୟାପକଙ୍କ ଉପସ୍ଥିତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)।

ଏହି ନିୟମ ମେ ୧ ତାରିଖରୁ ମେଡିକାଲ କଲେଜରେ ଲାଗୁ ହେବ। ଏନେଇ ଏନ୍‌ଏମ୍‌ସି ଏହା ଅଧୀନରେ ଥିବା ସବୁ ମେଡିକାଲ୍‌ କଲେଜ ବା ଅନୁଷ୍ଠାନକୁ ନୋଟିସ୍‌ ଦେଇଛି। କଲେଜର ବିଭିନ୍ନ ସ୍ଥାନରେ ଜିପିଏସ୍‌ ଲୋକେସନ୍‌କୁ ଏନ୍‌ଏମ୍‌ସିକୁ ଜଣାଇ ଦିଆଯିବ। ଜିପିଏସ୍‌ ଲୋକେସନ୍‌ର ୧୦୦ ମିଟର ପରିଧି ମଧ୍ୟରେ ଉପସ୍ଥାନ ଦେଇହେବ।

ଯେଉଁଠାରେ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଉପସ୍ଥାନ ଦେବା ସହଜ ହେବ ସେହି ସ୍ଥାନକୁ ଏନ୍‌ଏମ୍‌ସିକୁ ଜଣାଇବାକୁ ପଡିବ। କଲେଜର ସମସ୍ତ ଅଧ୍ୟାପକ ‘ଫେସ୍‌ ବେସ୍‌ଡ ଆଧାର ଅଥେଣ୍ଟିକେସନ୍‌’ ଆପ୍‌କୁ ନିଜ ନିଜ ମୋବାଇଲ୍‌ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରିବେ। ଏହି ଆପ୍‌ ଏପ୍ରିଲ ୨୪ ତାରିଖଠାରୁ ସକ୍ରିୟ ହେବ। ମେ ୧ ତାରିଖଠାରୁ ମୁହଁ ଆଧାରିତ ଉପସ୍ଥାନ କାର୍ଯ୍ୟକାରୀ ହେବ।

ad-week
Leave A Reply

Your email address will not be published.