ମନି ଲଣ୍ଡରିଂ ମାମଲା, ମହେଶବାବୁଙ୍କୁ ଇଡି ସମନ

add-all

ହାଇଦ୍ରାବାଦ : ମନି ଲଣ୍ଡରିଂ ମାମଲାରେ ଏପ୍ରିଲ ୨୮ ତାରିଖରେ ହାଜର ହେବାକୁ ଲଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)  ସମନ ଜାରି କରିଛି। ହାଇଦ୍ରାବାଦରେ ଏକ ରିଅଲ୍ ଇଷ୍ଟେଟ୍ ଠକେଇ ମାମଲାରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ହାଇଦ୍ରାବାଦର ଦୁଇଟି ରିଅଲ୍ ଇଷ୍ଟେଟ୍ ଗୋଷ୍ଠୀ କ୍ରେତାଙ୍କୁ ଠକିବା ଏବଂ ମନି ଲଣ୍ଡରିଂ କାର୍ଯ୍ୟରେ ଲିପ୍ତ ଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ, ମହେଶ ଦୁଇଟି ରିଅଲ୍ ଇଷ୍ଟେଟ୍ ଗୋଷ୍ଠୀ – ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରାଣା ଗ୍ରୁପର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଥିଲେ। ସେ ଏହି ଅନୁମୋଦନ ପାଇଁ ୫.୯୦ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି, ଯାହା ମଧ୍ୟରୁ ୩.୪୦ କୋଟି ଟଙ୍କା ତାଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲାବେଳେ ବାକି ୨.୫୦ କୋଟି ଟଙ୍କା ନଗଦ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ନଗଦ କାରବାର ଏବେ ଇଡି ସ୍କାନର ଅଧୀନରେ ଅଛି। କାରଣ ନଗଦ ଟଙ୍କା ମନି ଲଣ୍ଡରିଂ ମାଧ୍ୟମରେ ବିଲ୍ଡରମାନଙ୍କ ଦ୍ୱାରା ସଂଗୃହୀତ ଅର୍ଥର ଏକ ଅଂଶ  ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟj ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ଇଡି କହିଛି ଯେ ମହେଶ ସିଧାସଳଖ ଏହି ଠକେଇରେ ଜଡିତ ନଥାଇପାରନ୍ତି, କିନ୍ତୁ ସେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ଦ୍ୱାରା ଅନେକ କ୍ରେତା ସେମାନଙ୍କର କଠିନ ପରିଶ୍ରମର ଟଙ୍କା ଏଥିରେ ବିନିଯୋଗ କରିବାକୁ ଉତ୍ସାହିତ ହୋଇଥିଲେ। ମହେଶ ବାବୁଙ୍କ ଟିମ ପକ୍ଷରୁ ସମନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି  ବିବୃତ୍ତି ଜାରି କରାଯାଇନାହିଁ।

ad-week
Leave A Reply

Your email address will not be published.