ଦଳ ଠିକ୍ ଢଙ୍ଗରେ ନ ଚାଲିଲେ ବିଜେଡିର ଅଧୋପତନ ହେବା ନିଶ୍ଚିତ: କର୍ପୋରେଟର୍ ଅମରେଶ ଜେନା

add-all

ଭୁବନେଶ୍ବର: ବିଜେଡି କର୍ପୋରେଟର୍ ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳକୁ ଠିକ୍ ଢଙ୍ଗରେ ପରିଚାଳନା କରାଯାଉନାହିଁ। ଯେଉଁ ୪/୫ଜଣଙ୍କ ଜରିଆରେ ଦଳ ଚାଲୁଛି, ସେମାନେ ନିରପେକ୍ଷ ନୁହନ୍ତି। ଷଡ଼ଯନ୍ତ୍ରକାରୀଙ୍କ ହାତରେ ବିଜେଡି। ମେଳି କରିଥିବା ବରିଷ୍ଠ ନେତାଙ୍କ ଦ୍ବାରା ଏମାନେ ପରିଚାଳିତ। ସେମାନେ ଯାହା କହୁଛନ୍ତି, ଏମାନେ ତାହା କରୁଛନ୍ତି। ଦଳ ଠିକ୍ ଢଙ୍ଗରେ ନ ଚାଲିଲେ ଦଳର ଅଧୋପତନ ହେବା ନିଶ୍ଚିତ। 

ଯେଉଁମାନେ ନିଜ ନିର୍ବାଚନ ମଣ୍ଡଳୀରୁ ନ ଲଢ଼ି ଅନ୍ୟ ସ୍ଥାନରୁ ଲଢ଼ି ପରାଜିତ ହୋଇଛନ୍ତି। ସେମାନଙ୍କ ପାଦତଳ ମାଟି ଖସିଲାଣି। ତଥାପି ସେମାନେ ଅହଙ୍କାର ଛାଡ଼ୁନାହାନ୍ତି। ଯେଉଁମାନେ ପ୍ୟାରୀବାବୁଙ୍କ ନିକଟତର ଥିଲେ , ସେମାନେ ନବୀନ ବାବୁଙ୍କ ପାଖଲୋକ ହେବା ଲାଗି ଅହରହ ଚେଷ୍ଟା ଚଳାଇଛନ୍ତି। ଦଳ କିପରି ଆଗକୁ ଯିବ ସେମାନେ ଚିନ୍ତା କରୁନାହାନ୍ତି, ବରଂ ସେମାନେ ଦ୍ବିତୀୟଧାଡ଼ିର ନେତା ହେବା ଲାଗି ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।    
 ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ ତାଙ୍କୁ ବାଦ୍ ଦିଆଯିବା ପରେ ଏନେଇ ପ୍ରତିକ୍ରିୟା ରଖି କର୍ପୋରେଟର୍ ଅମରେଶ ଜେନା ଏଭଳି ଟିପ୍ପଣୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଅମରେଶ ଜେନାଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିଲାଗି ସେମାନେ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଥିଲେ।

ad-week
Leave A Reply

Your email address will not be published.