ରଘୁନାଥ ମନ୍ଦିରରେ କର୍ମଚାରୀ ନିଯୁକ୍ତି ଦାବୀ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଓଡ଼ଗାଁ ରେ ବିରାଜିତ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ଅନେକ ସମସ୍ୟା ରହିଥିବା ବେଳେ କର୍ମଚାରୀ ଅଭାବରୁ ମନ୍ଦିରର ସୁରକ୍ଷା ଓ ସୁପରିଚାଳନା ପାଇଁ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।ରଘୁନାଥ ଜୀଉ ମନ୍ଦିର ପାଇଁ କର୍ମଚାରୀ ନିଯୁକ୍ତି ନିମନ୍ତେ ବହୁ ପୂର୍ବରୁ ଦାବି ହେଉଥିବା ବେଳେ ଏହି ପଦବୀ ଗୁଡିକ ପୂରଣ ପାଇଁ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଖାଲିପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଏକ ଇନ୍ଟରଭ୍ୟୁ ହୋଇଥିଲା ।ଫଳାଫଳ ଘୋଷଣା ପରେ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ପାଇଁ ନୂତନ ନିଯୁକ୍ତି ଦିଆଯାଇଥିବା ବେଳେ ରଘୁନାଥ ମନ୍ଦିରରେ ଖାଲିପଡ଼ିଥିବା ମୋହରିର, ରାତ୍ର ଜଗୁଆଳ, ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଆସନ୍ତା ଚନ୍ଦନ ଯାତ୍ରା ପୂର୍ବରୁ ନିଯୁକ୍ତି ପ୍ରଦାନ କରିବାକୁ ପୂଜକ ପରିଷଦ ପକ୍ଷରୁ ଦାବୀ କରାଯାଇଛି ।
ଚଳିତ ମାସ ୩୦ ତାରିଖରୁ ରଘୁନାଥ ଜୀଉଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ସେବା ନୀତିରେ ଅନେକ ସାମଞ୍ଜସ୍ୟ ରହୁଥିବାରୁ ଏଠାରେ ମଧ୍ୟ ୧୨ ମାସରେ ୧୩ ପର୍ବ ପାଳିତ ହେଉଛି । ମାତ୍ର କର୍ମଚାରୀ ନିଯୁକ୍ତ ରେ ବିଳମ୍ବ ଯୋଗୁଁ ପୂଜକ ପରିଷଦ ଏବଂ ସେବାୟତ ଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେଉଛି ।ମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ବିପଦ ଦେଖାଯାଉଛି ।ବିଡମ୍ବନା ର ବିଷୟ ଯେ ଅନେକ ବର୍ଷ ହେଲା ମନ୍ଦିରର ମାତ୍ର ୨ଟି ଦ୍ଵାର ଖୋଲାଯାଇଥିବା ବେଳେ ଅନ୍ୟ ଦୁଇଟି ଦ୍ଵାର ଅଶ୍ଵ ଦ୍ଵାର ଓ ହସ୍ତୀ ଦ୍ଵାର ବନ୍ଦ ରହିଛି ।ଯାହା ମନ୍ଦିରର ନୀତିର ବିରୁଦ୍ଧାଚରଣ କରୁଛି। ଏଥିପ୍ରତି ଦେବୋତ୍ତର ବିଭାଗ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

nis-ad
Leave A Reply

Your email address will not be published.