ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସହ ହତ୍ୟା ଧମକ

ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସହ ହତ୍ୟା ଧମକ ଦେବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ଶୁଭମ୍ ବରଡ (୧୯) । ଆହତ ଯୁବକଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୩୨୭/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ରାଳବ ଗ୍ରାମର ଶୁଭମ୍ ସହ ସେହି ଗ୍ରାମର ବୁଲୁ ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା। ଗୁରୁବାର ଦିନ କୈାଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଲୁଙ୍କୁ ଆକ୍ରମଣ ହେଉଥିବା ବେଳେ ସେହି ଗ୍ରାମର ନିଳ ଭଉଳ ହସ୍ତକ୍ଷେପ କରି ଦୁହେଁ ମିଶି ଶୁଭମଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଶୁଭମ୍ ଗୁରୁତର ଆହତ ହୋଇ ସଂଜ୍ଞାହୀନ ହୋଇ ଘଟଣା ସ୍ଥଳରେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହୋଇ ଆହତ ଯୁବକ ଘରକୁ ଫେରିବା ପରେ ଦୁହେଁ ମିଶି ପୁଣିଥରେ ଶୁଭମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ଶୁଭମ୍ ସୋମବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.