ଭିଜିଲାନ୍ସ ଜାଲରେ ଠିକାଦାର, ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ହେଲେ ଗିରଫ

add-all

ଭୁବନେଶ୍ୱର: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ତେବେ ଠିକାଦାର ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସହ ମିଶି ଅର୍ଥ ହଡ଼ପ କରିଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ADSC (ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା), ଜଳବିଭାଜିକା, ଖରିଆରଙ୍କ ସହ ମିଶି ୨୨ଟି ଲୁଜ୍ ବୋଲ୍ଡର୍ ଚେକ୍ ଡ୍ୟାମ୍ କାର୍ଯ୍ୟକାରୀ ନକରି ଟଙ୍କା ୫୬,୯୩,୯୫୭/- ପାଣ୍ଠି ହଡପ କରିଥିଲେ।

ଗିରଫ ଅଭିଯୁକ୍ତ ରାଉତରାୟଙ୍କୁ ଆଜି ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ. ଭବାନୀପାଟଣାଙ୍କ କୋର୍ଟକୁ ପଠାଯାଉଛି। ମୁଖ୍ୟ ଅଭିଯୁକ୍ତ ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଏବଂ ଅନ୍ୟ ଜଣେ ଠିକାଦାର ଅଭିଲାଷ ମେହେରଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।

ad-week
Leave A Reply

Your email address will not be published.