ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ଦୁଇଟି ରେଳ ଷ୍ଟେସନରୁ ୨ଟି ମୃତଦେହ ଠାବ କରାଯାଇଛି । ଭୁବନେଶ୍ୱର ବାଣୀ ବିହାର ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ଓ ଲିଙ୍ଗରାଜ ଷ୍ଟେସନ ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି grp ପୋଲିସ ।
ଏକାଥରକେ ୨ଟି ରେଳ ଷ୍ଟେସନରେ ୨ଟି ଅଜଣା ମୃତଦେହ ମିଳିବା ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ମୃତକ ମହିଳା ହେଲେ ଗୌରୀ ଜେନା (୫୫) ,ଘର ମଙ୍ଗଳା ଯୋଡ଼ି, ଖୋର୍ଦ୍ଧା ଟାଙ୍ଗୀ ବୋଲି ଜଣାପଡିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ମୃତ ଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠେଇଲା grp ପୋଲିସ ।
