ଶ୍ରୀନଗରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା : ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

add-all

ବାଲିଗୁଡା : ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଚାରିଆଡ଼େ ଶୋକର ଛାୟା ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ମଧ୍ୟ ଦେଖିବାକୁ ମିଳିଛି। ଶିକ୍ଷକ ସଂଘ ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଶାନ୍ତି ଓ ସଦ୍‌ଭାବନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ସୁବିଧା କେନ୍ଦ୍ରରୁ ଶୋଭାଯାତ୍ରା ବାହାରି ଶିବ ମନ୍ଦିର ସାହିରେ ପହଞ୍ଚିଥିଲେ। ଏଥିରେ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା ଏବଂ ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ସହ ସମ୍ପାଦକ କୌଶିକ କୁମାର ନାୟକ, ସହ ସମ୍ପାଦକ ନବୀନ କୁମାର ସାହୁ , ସଂଘର ଉପଦେଷ୍ଟା ରମାକାନ୍ତ ବଳିୟାରସିଂ, ଅଜିତ କୁମାର ବେହେରଦଳାଇ ସଂଘର କର୍ମକର୍ତ୍ତା ତଥା ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଏଥିରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.