ରାଇକିଆ : କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳନ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତକୁ ଗ୍ରେଡ଼-ସି ଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଛି। ଏହି ଅବସରରେ ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ ପ୍ରୋତ୍ସାହନ ରାଶି ୩ ଲକ୍ଷ ୮୬ ହଜାର ୪୭୩ ମଞ୍ଜୁର ଅର୍ଥର ଚେକ ମୁଖ୍ୟଅତିଥି ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କ ହାତରୁ ଗ୍ରହଣ ଗ୍ରହଣ କରିଛନ୍ତି । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ, ସଚେତନତା କାର୍ଯ୍ୟକ୍ରମ, ସ୍ଵଛତା, ପଞ୍ଚାୟତ ସମସ୍ତ ସଠିକ୍ କାଗଜ ପତ୍ର, ଗ୍ରାମସଭା ବୈଠକ, ଏହି ପରି ଅନେକ ତଥ୍ୟ ସବୁ ଠିକ୍ ଥିବା ଯାଂଚ ନେଇ ଏହା ପୁରସ୍କୃତ କରାଯାଇଛି । ଖବର ପ୍ରଚାରିତ ହେବା ପରେ ରାଇକିଆ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପଞ୍ଚାୟତକୁ ମିଳିଥିବା ରାଶିକୁ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପ୍ରତିକ୍ରିୟାରେ ଦେବା ସହ ଅଞ୍ଚଳ ବାସୀ ଙ୍କ ସାହାଯ୍ୟ ସହୋଯୋଗ କାମନା କରିଛନ୍ତି । ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ତରଫରୁ ସରପଞ୍ଚ ଙ୍କୁ ସାଧୁବାଦ ଜଣାଇଛନ୍ତି।
