ପହଲଗାମ ମୃତକଙ୍କ ସ୍ମୃତିରେ ସମୂହ ଦୀପଦାନ-ଶୋଭାଯାତ୍ରା

add-all

ରାଇକିଆ : ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ମୃତକଙ୍କ ସ୍ମୃତିରେ ରାଇକିଆ ପୂଜା କମିଟି ଓ ବଣିକ ସଂଘ ତରଫରୁ ଗୁରୁବାର ମିଳିତ ଭାବେ ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶାନ୍ତି ଶୋଭାଯାତ୍ରା ବେରେଡ଼ାକିଆ ଠାରୁ ବାହାରି ଚୁନପଲୀ ଛକରେ ପହଞ୍ଚିବା ପରେ ଶିବ ମନ୍ଦିର ନିକଟରେ ପହଞ୍ଚିବା ପରେ ଆହତ ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଥିବା ପର୍ଯ୍ୟଟକଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ପ୍ରାଣହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ କରାଯାଇଥିଲା । ଆତଙ୍କବାଦୀଙ୍କ ଏହିଭଳି ବବର୍ର୍‌ ଆକ୍ରମଣକୁ ସମସ୍ତେ ନିନ୍ଦା କରିବା ସହ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା । କାର୍ଯ୍ୟକ୍ରମରେ ପୂଜାକମିଟି ସଭାପତି ସତ୍ୟବାନ ପାତ୍ର, ସମ୍ପାଦକ ସନ୍ତୋଷ ଲେଙ୍କା, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ସମ୍ପାଦକ ଦୁର୍ଯୋଧନ ଲେଙ୍କାଙ୍କ ସମେତ ସମସ୍ତ ସଦସ୍ୟ ଓ ସ୍ଥାନୀୟ ଜନ ସାଧାରଣ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.