ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କୁ କରୁଥିଲେ ଟାର୍ଗେଟ, ବିଭିନ୍ନ ବାହାନାରେ ଲୁଟି ନେଉଥିଲେ ସୁନାଅଙ୍କାର ,
ବ୍ରହ୍ମପୁର : ନୀଳକଣ୍ଠ ନଗର ହାଉସିଂ ବୋର୍ଡର ୬୪ ବର୍ଷିୟା କେ. ରଜନୀ ଗତ ମାର୍ଚ୍ଚ ୨୨ ତାରିଖ ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ପ୍ରେମ ନଗର ଶିବଶକ୍ତି ହଲ ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ଦୁଇଟି ସୁନା ଚେନକୁ ଝାମ୍ପି ନେଇ ଯାଇଥିଲେ।ଫଳରେ ସେ ତଳେ ପଡି ଯାଇଥିଲେ। ଏନେଇ ବଡ଼ବଜାର ଥାନାରେ ଅଭିଯୋଗ ହେବାପରେ ପୋଲିସ ନିକଟସ୍ଥ ସିସିଟିଭି କୁ ଯାଞ୍ଚ କରି ପାତ୍ରପେଟା ସାହିର ଶେଖ ବାବୁ ଏବଂ ଶେଖ ଜହିଦ କୁ ଗିରଫ କରିଥିଲା।ଆଜି ପୋଲିସ ଉକ୍ତ ମାମଲାରେ ଉଦ୍ଧାର କରିଥିବା ସୁନା ଅଳଙ୍କାରକୁ ଏସ. ରାଜନୀଙ୍କୁ ଫେରାଇଛି।ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ ତତ୍ୱବୋଧନାରେ ପୋଲିସ ଫେରାଇଛି ସୁନା ଗହଣା।
ସେହିପରି ଗତ ଏପ୍ରିଲ୧୯ ତାରିଖରେ ପାଳୁରୁ ବଙ୍ଗଳା ସାହିର ୭୨ ,ବର୍ଷୀୟା ବିଷ୍ଣୁପ୍ରିୟା ଦେବୀ ବୁଶ୍ୱନାଥ ଅଳଙ୍କାର ଦୋକାନରୁ କିଛି ରୂପା ଅଳଙ୍କାର କିଣି ନିଜ ସୁନା ଅଳଙ୍କାର ବ୍ୟାଗରେ ରଖି ବାହାରକୁ ବାହାରିବା ସମୟରେ ଜଣେ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କୁ ଧକ୍କା ଦେବା ସହିତ ଅଳଙ୍କାର ବ୍ୟାଗକୁ ଛଡାଇ ନେଇଥିଲା।ପୋଲିସ ଏହି ସଂକାନ୍ତରେ ଗଜପତି ନଗରର ସୁଶାନ୍ତ କୁମାର ପାତ୍ରକୁ ଗିରଫ କରିଥିଲା।ତା ଠାରୁ ମଧ୍ୟ ଚୋରି ହୋଇଥିବା ଅଳଙ୍କାରକୁ ଜବତ କରି ଆଜି ବିଷ୍ଣୁପ୍ରିୟା ଦେବୀଙ୍କୁ ଏସପିଙ୍କ ଉପସ୍ଥିତି ରେ ଫେରାଇଛି ସୁନା ଅଳଙ୍କାର।ନିଜ ସୁନା ଗହଣା ପାଇବା ପରେ ବ୍ରହ୍ମପୁର ଏସପି ଙ୍କୁ ସାଧୁବାଦ ଜଣାଇଥିଲେ ଉଭୟ ମାଲିକ।
