ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ସହ ନୂତନ ରାଶନ କାର୍ଡ ବଣ୍ଟନ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଙ୍କ ତ୍ଵତ୍ୱାବଧାନ ରେ ପଞ୍ଚାୟତିରାଜ୍ ଦିବସ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଂମାନିତ ଅତିଥି ଭାବେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ,ରାଇକିଆ ତହସିଲଦାର ବରୀୟାଲ ମୁର୍ମୁ, ଏବିଡିଓ ଦିବ୍ୟ ସିଂ କହଁର, ଜି.ଉଦୟଗିରି ବିଧାୟକ ପ୍ରତିନିଧି ତାରିଣୀ ପରିଛା, ରାଇକିଆ ସିଡିପିଓ ମୌନାବତି ପାତ୍ର, ଏଇଈ ବଣ୍ଟି ଚୌଧୁରୀ, ରାଇକିଆ ବ୍ଲକ ବିଜେପି ସଭାପତି ସନ୍ତୋଷ କୁମାର ପାତ୍ର ଯୋଗଦେଇ ପଞ୍ଚାୟତର ପ୍ରତିଷ୍ଠା , ଭୂମିକା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରିକ୍ଷକ କିରଣ ବେହେରା, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରିଣୀ ଊର୍ମିଳା ପ୍ରଧାନ, ଜିପୀଡିଓ ସୁଶ୍ରୀ ସଂଗୀତା ନାୟକ ଯୋଗଦେଇଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ଖାଉଟି କାର୍ଡ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିପିଏମ୍ ଜୟଦେବ ପ୍ରଧାନ ପରିଚାଳନା କରିଥିବାବେଳେ ରାଇକିଆ ବ୍ଲକ ପ୍ରୋଗ୍ରାମ କୋଡିନେଟର କମଳ ପ୍ରସାଦ ନାୟକ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.