ଛତ୍ରପୁର : ଗ୍ରାମୀଣ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ କ୍ରୀଡ଼ା ପ୍ରତି ଆକର୍ଷିତ ଓ ପ୍ରୋଚ୍ଛାହୀତ କରିବାର ଲକ୍ଷ୍ୟନେଇ ଆଜି ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଏକ ଅନଔପଚ।ରିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ୧୧ ଗୋଟି ଟିମ୍ ର ଖେଳାଳିମାନଙ୍କୁ କ୍ରିକେଟ, ଭଲ୍ଲି ଓ ଫୁଟବଲ୍ କିଟ୍ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଦଳର ଅଧୀନାୟକ ଓ ଉପଅଧିନାୟକ ସହ ମୋଟ ୧୩୨ ଜଣ ଖେଳାଳି ଯୋଗ ଦେଇ ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ଶ୍ରୀ ସନ୍ଦୀପ ଜୈସୱାଲଙ୍କ ଠାରୁ ଏହି ଖେଳ ସମ୍ବନ୍ଧୀୟ ସାମଗ୍ରୀ ଗ୍ରହଣ କରିଥିଲେ। ଏହି କିଟ୍ ରେ କ୍ରିକେଟ, ଭଲ୍ଲି ଓ ଫୁଟବଲ୍ କ୍ରିଡାରେ ବ୍ୟବହାର ହେଉଥିବା କ୍ରିଡା ଉପକରଣ ଯଥା ବ୍ୟାଟ, ବଲ୍, ଷ୍ଟମ୍ପ, କିପିଙ୍ଗ ଗ୍ଳୋଭସ୍, ନେଟ, ଭଲ୍ଲି ବଲ୍, ଫୁଟବଲ ଆଦି ରହିଅଛି। ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଏହି ୧୧ ଟି ଟିମ୍ ମଧ୍ୟରୁ ୬ ଟି କ୍ରିକେଟ ଟିମ୍ , ୪ ଟି ଭଲ୍ଲି ବଲ୍ ଟିମ୍ ଏବଂ ୧ ଟି ଫୁଟବଲ ଟିମ୍ ଅନ୍ତର୍ଭୁକ୍ତ ଅଟେ।
ଏହି ଅବସରରେ ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ଶ୍ରୀ ସନ୍ଦୀପ ଜୈସୱାଲ କହିଥିଲେ ଯେ ଏହି ଖେଳ ଉପକରଣଗୁଡିକ ଗ୍ରାମୀଣ ଅଞ୍ଚଳରେ ଖେଳ ପ୍ରତି ରୁଚି ରଖୁଥିବା ଯୁବକମାନଙ୍କୁ ନିୟମିତ ଅଭ୍ୟାସ କରିବାରେ ଅନେକ ସହାୟକ ହେବ। ଏହି ଟିମ୍ ଗୁଡିକ ମଧ୍ୟରେ ଆଗାମୀ ଦିନରେ କ୍ରିଡା ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରହିଅଛି। ସ୍ଥାନୀୟ ଖେଳାଳିମାନଙ୍କୁ ପ୍ରୋଚ୍ଛାହୀତ କରିବା ଓ ଆବଶ୍ୟକୀୟ ଜରୁରୀ ଖେଳ ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇବା ଆଦାନୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ଅଟେ।
ନିକଟରେ ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ ଅଧିକାରୀ ଓ ସ୍ଥାନୀୟ କ୍ରୀଡାପ୍ରେମୀ ଯୁବକମାନଙ୍କ ମଧ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ବେହେରା ଅଧକ୍ଷତା କରିଥିଲେ। ଉକ୍ତ ସଭାରେ ଖେଳରେ ନୀତିଦିନିଆ ଅଭ୍ୟାସ ପାଇଁ ଆବଶ୍ୟକୀୟ କ୍ରିଡା ଉପକରଣ ଯୋଗାଇବା ପାଇଁ ସ୍ଥାନୀୟ ଯୁବକମାନେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ପାଥେୟ କରି ଆଦାନୀ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ଶ୍ରୀ ତ୍ରିଲୋଚନ ବେହେରା, ବି ଭୀମସେନ, ଏନ୍ ଶ୍ୟାମା, ଗୋପାଳପୁର ବନ୍ଦର ସିଏସଆର ମୁଖ୍ୟ, ଶ୍ରୀ ଦେବଦତ୍ତ ମିଶ୍ର ଏବଂ ଆର୍ଯ୍ୟପଲ୍ଲୀ ଗ୍ରାମର ଅନେକ ଭଦ୍ରଲୋକ ଉପସ୍ଥିତ ଥିଲେ । ଆଦାନୀ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଖେଳପ୍ରେମୀ, କ୍ରୀଡ଼ାବିତ୍ ମାନେ ଉଚ୍ଚ ପ୍ରଶଂସା କରିଥିଲେ ।
