ପେହେଲଗାଓଁରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ପତାକାକୁ ରାସ୍ତାରେ ରୋପଣ

add-all

ମାଲକାନଗିରି : ପେହେଲଗାଓଁ ରେ ଆତଙ୍କବାଦୀ ମାନେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ ଘଟଣା କୁ ବିରୋଧ କରି ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଏହି ଘଟଣାକୁ ନେଇ ପାକିସ୍ତାନ ର ଜାତୀୟ ପତାକା କୁ ରାଜ ରାସ୍ତାରେ ଲଗାଇ ଏହା ଉପରେ ଚଳପ୍ରଚଳ କରି ବିକ୍ଷୋଭ କରିଥବା ଦେଖିବାକୁ ମିଳିଛି। ଲୋକେ ଏହି ଘଟଣା କୁ ନେଇ ବିରୋଧ କରିବା ସହ ଏହାର ଦୃଢ଼ ଜବାବ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିବା ବେଳେ ପାକିସ୍ତାନ କୁ ଲୋକେ ତୀବ୍ର ବିରୋଧ ଆରମ୍ଭ କରିଛନ୍ତି। ସରକାରୀ ସ୍ତରରେ ଯଦିଓ ପାକିସ୍ତାନ ବିରୋଧରେ ବିଭିନ୍ନ ପଦକ୍ଷେପ ନିଆଯାଉଛି, କିନ୍ତୁ ଲୋକେ ମଧ୍ୟ ପାକିସ୍ତାନ କୁ ତୀବ୍ର ବିରୋଧ କରି ଏହିଭଳି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଥିବା ଆକ୍ରୋସ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ଆଗକୁ ଆହୁରି ବିଭିନ୍ନ ମହଲରେ ବିରୋଧ ହେବ ବୋଲି ଲୋକେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.