ଗାଡି ଓଲଟି ଡ୍ରାଇଭର ସମେତ ୩ ଗୋରୁ ମୃତ; ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁସୁରି ଏବଂ ପୁରୁଣା ବଜାର ଥାନା ଅଞ୍ଚଳରେ ପୋଲିସର ନାକାବନ୍ଦି ବେଳେ ଧୁସୁରୀ ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ । ଓଳଟିଲା ବେଆଇନ ଗୋରୁ ଗାଡ଼ି । ଡ଼୍ରାଇଭର ସହ ୩ ଗୋରୁଙ୍କର ମୃତ୍ୟୁ ହୋଇଛି । ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି ।

ତେବେ ଭଦ୍ରକର ଧୁସୁରି ଥାନା ଅଧୀନ ଆସୁରାଲି ଠାରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲା ଧୁସୂରୀ ପୋଲିସ । ପୋଲିସକୁ ଦେଖି ଗାଡ଼ି ଫେରାର ହେବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରାଯାଇଛି । ତେବେ ୩ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି, ଅନ୍ୟ ଏକ ଗୋରୁ ବୋଝେଇ ଗାଡ଼ି ମଧ୍ୟ ଜବତ୍ ହୋଇଛି ।

ସେହିପରି ଭଦ୍ରକ ପୁରୁଣା ବଜାର ଥାନା ଅଧୀନ ଅଞ୍ଚଳରୁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗୋରୁ । ପୁରୁଣା ବଜାର ପୋଲିସର ଏକ ଟିମ୍ ସରକାର ନଗର ଅଞଳରେ ଚଢ଼ାଉ ସମୟରେ ଆମ୍ବୁଲାନ୍ସ ଭିତରୁ ଜବତ୍ ହେଲେ ଗୋରୁ । ଆମ୍ବୁଲାନ୍ସ ରୁ ୬ ଗୋରୁ ଜବତ୍ ହୋଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୁରୁଣା ବଜାର ପୋଲିସ ।

ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱ ଜିଲ୍ଲାକୁ ଏହି ଗୋରୁ ଚାଲାଣ ବେଳେ ଜବତ୍ କରିଛି ପୋଲିସ । ପରେ ଅନ୍ୟ ଗୋଟିଏ ପିକଅପ୍ ମଧ୍ୟ ଜବତ୍ ହୋଇଛି ଓ ଡ୍ରାଇଭର ମଧ୍ୟ ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ୩୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ପୋଲିସ ଉଦ୍ଧାର ଗୋରୁଙ୍କୁ ଭଦ୍ରକ ଗୋଶାଳାରେ ନେଇ ରଖିଛି ।

nis-ad
Leave A Reply

Your email address will not be published.