ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ

ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ ।  ୨୦୨୪ରେ ନଗମାଙ୍କ ଦୀର୍ଘ ମିଆଦୀ ଭିସା ଅବଧି ସରିଥିଲା । ସେ ଏକ୍ସିଟ୍ ପରମିଟ୍ ଆବେଦନ କରିଥିଲେ ।  ଅତଙ୍କୀ ଆକ୍ରମଣ ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ସେ ଭୁବନେଶ୍ୱର ଛାଡିଛନ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫ୍‌ଙ୍କୁ ମଧ୍ୟ ପୋଲିସ ନୋଟିସ୍‌ ଜାରି କରିଥିଲା ।  ଭାରତ ଛାଡ଼ି ତୁରନ୍ତ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ନୋଟିସ୍‌ ପାଇବା ପରେ ନଗମା ପାକିସ୍ତାନ ଯିବାକୁ ପ୍ରସ୍ତୁତ ହୋଇଛନ୍ତି ।

୧୯୭୧ରେ ପାକିସ୍ତାନରେ ନଗମାଙ୍କ ଜନ୍ମ ।  ନଗମାଙ୍କ ପରିବାରର କିଛି ସଦସ୍ୟ ଦୁବାଇରେ କାମ କରୁଥିଲେ । ଦୁବାଇରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବିଜେବି ନଗରରେ ରହୁଥିବା ମହମ୍ମଦ ନିଜାରୁଦ୍ଦିନ ।  ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ୨୦୦୫ରେ ପରିଚୟ ହୋଇଥିଲା । ନିଜାରୁଦ୍ଦିନଙ୍କର ଅଳ୍ପଦିନ ମଧ୍ୟରେ ନଗମାଙ୍କ ପରିବାର ଲୋକଙ୍କ ସହ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା ।

ନଗମା ୨୦୦୭ରେ ଦୁବାଇ ଆସିଥିଲେ । ସେଠାରେ ନିଜାରୁଦ୍ଦିନ ସହ ତାଙ୍କର ଦେଖା ହୋଇଥିଲା ।  ପ୍ରଥମେ ଦେଖାରେ ନିଜାରୁଦ୍ଦିନଙ୍କ ସହ ପ୍ରେମ ହୋଇଥିଲା । ଉଭୟ ବାହା ହେବାକୁ ମନସ୍ଥ କରି ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ୨୦୦୮ରେ ଉଭୟଙ୍କ ବାହାଘର ହୋଇଥିଲା ।

nis-ad
Leave A Reply

Your email address will not be published.