ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାପରେ ଭାରତକୁ ଦାୟୀ କଲା ପାକିସ୍ତାନ

add-all

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନକୁ ସବୁ ଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ପାଣି ପାଇଁ ପାକିସ୍ତାନ ହନ୍ତସନ୍ତ ହୋଇଯିବ ବୋଲି କୁହାଯାଉଛି। ଗତ ଶନିବାର ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଭାରତ କୌଣସି ପୂର୍ବ ସୂଚନା ବିନା ପାକିସ୍ତାନ ମୁଜଫରାବାଦର ହଟିନବାଲା ଅଞ୍ଚଳର ଝେଲମ ନଦୀରେ ଅତିରିକ୍ତ ପାଣି ଛାଡି ଦେଇଛି। ଯେଉଁ କାରଣରୁ ମୁଜାଫରାବାଦରେ ହଠାତ୍ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝେଲମ୍ ନଦୀରେ ଜଳସ୍ତର ସାମାନ୍ୟ ଠାରୁ ୭ରୁ୮ଫୁଟ ଉପରକୁ ଉଠି ଯାଇଛି। ଯାହାକୁ ନେଇ ସେଠାକାର ଲୋକଙ୍କ ମନରେ କୋକୁଆଭୟ ଦେଖା ଦେଇଛି।

ସ୍ଥାନୀୟ ଲୋକମାନଙ୍କୁ ବନ୍ୟାଅଞ୍ଚଳରୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପରିସ୍ଥିତି ଖରାପ ହେବା ପରେ ମୁଜାଫରାବାଦ ପ୍ରଶାସନ ଜରୁରୀକାଳୀନପରିସ୍ଥିତି ଘୋଷଣା କରିଛି। ଝେଲମ୍ ନଦୀରେ ହଠାତ୍ ପାଣି ଛାଡ଼ିବା ଯୋଗୁଁ ମୁଜାଫରାବାଦ ନିକଟରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମସଜିଦରେ ଘୋଷଣା କରି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହିତ ନଦୀ କୂଳରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି।
ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ମଧ୍ୟ ଜାରି କରିଛି।

ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ, ଦୁଇ ଦେଶର ଜଳ କମିଶନରଙ୍କ ବାର୍ଷିକ ବୈଠକ ହେଉଥିଲା, ଯାହା ଏବେ ହେବ ନାହିଁ। ଏବେ ଭାରତ ନଦୀ ପ୍ରବାହ, ବନ୍ୟାର ଚେତାବନୀ ଏବଂ ହିମବାହ ତରଳିବା ସମ୍ପର୍କରେ ପାକିସ୍ତାନକୁ ସୂଚନା ଦେବାକୁ ବାଧ୍ୟ ନୁହେଁ। ଭାରତ ଗତଶନିବାର ସମାନ କାର୍ଯ୍ୟ କରିଛି। ଝେଲମ୍ ନଦୀରେ ପାଣି ଛାଡ଼ିବା ବିଷୟରେ ପାକିସ୍ତାନକୁ ସୂଚନା ଦିଆଯାଇ ନଥିଲା।

ad-week
Leave A Reply

Your email address will not be published.