ସୀମାନ୍ତରେ ବଡ ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ ମାଓ ବଙ୍କର ଠାବ କଲେ ଯବାନ । ବଙ୍କରରେ ୩ଟି ରାସ୍ତା ଥିବା ବେଳେ, ପାଣି ସହ ଅନେକ ସୁବିଧା ମଧ୍ୟ ରହିଥିବା ସୂଚନା ରହିଛି ।

ଏହି ବଙ୍କରକୁ ସିମେଣ୍ଟରେ କଂକ୍ରିଟ କରି ତିଆରି କରାଯାଇଥିଲା । ବଙ୍କର ଉପରି ଭାଗକୁ ପତ୍ର ଏବଂ ମାଟିରେ ଘୋଡାଇ ଦିଆଯାଉଥିବାରୁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସର କରୁଥିବାବେଳେ, ଏହାକୁ ସହଜରେ ଜାଣିବା ମୁସ୍କିଲ ହୋଇପଡୁଥିଲା । ଆଉ ଏହା ଭିତରେ ମାଓବାଦୀ ମାନେ ବହୁ ସହଜରେ ଲୁଚି ରହିପାରୁଥିଲେ ।

ତେବେ ଆଉ ଅଳ୍ପ ଦିନର ଅପେକ୍ଷା, ମାଓବାଦୀ ସଂପୂର୍ଣ୍ଣ ମୂଳପୋଛ ହେବେ ବୋଲି ପୋଲିସ ଆଶା ରଖିଛି । ମାଓ ନେତା ହିଡମା ଆଉ ପୋଲିସ ହାତରୁ ଖସିପାରିବ ନାହିଁ ବୋଲି ପୋଲିସ କହିଛି । ଖୁବ ଶୀଘ୍ର ମାଓନେତା ହିଡମା ମରିବ ନଚେତ ଧରାପଡ଼ିବ ବୋଲି ଆଶା ପ୍ରକଟ କରିଛି ପୋଲିସ ।

nis-ad
Leave A Reply

Your email address will not be published.