ରୁଷୀୟ ଜେନେରାଲଙ୍କୁ ହତ୍ୟା କରିଥିବା ୟୁକ୍ରେନର ଏଜେଣ୍ଟ ଗିରଫ

add-all

ମସ୍କୋ: ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ରୁଷକୁ ବଡ଼ ସଫଳତା ମିଳିଛି। ମସ୍କୋ ବାହାରେ ଏକ କାର୍ ବୋମା ବିସ୍ଫୋରଣରେ ଜଣେ ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରୁଷିଆର ଗୁଇନ୍ଦା ସେବା ଏ ବିଷୟରେ ସୂଚନା ଦେଇଛି। ମସ୍କୋ କହିଛି ଯେ ବିସ୍ଫୋରଣ ପଛରେ ୟୁକ୍ରେନର ହାତ ଅଛି। ଏହି ବିସ୍ଫୋରଣରେ ବରିଷ୍ଠ ରୁଷ ଜେନେରାଲ ୟାରୋସ୍ଲାଭ ମୋସକାଲିକ୍ ପ୍ରାଣ ହରାଇଥିଲେ। ୟାରୋସ୍ଲାଭ ସେନାର ଜେନେରାଲ ଷ୍ଟାଫଙ୍କ ମୁଖ୍ୟ ଅପରେସନାଲ୍ ନିର୍ଦ୍ଦେଶାଳୟର ଉପମୁଖ୍ୟ ଥିଲେ।

ରୁଷିଆନ ଗୁଇନ୍ଦା ସେବା ଅନୁଯାୟୀ, କୁଜିନ କାରରେ ଯେଉଁ ବିସ୍ଫୋରକ ରଖିଥିଲା ତାହା ଘରେ ପ୍ରସ୍ତୁତ କରାଯାଇଥିଲା। ବୋମାଟି ବହୁ ଦୂରରୁ ରଖାଯାଇ ବିସ୍ଫୋରଣ କରାଯାଇଥିଲା। ଗୁଇନ୍ଦା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ କୁଜିନକୁ ଗିରଫ କରାଯାଇଥିବା ଏବଂ ବିସ୍ଫୋରଣର ଚିତ୍ର ଦେଖାଯାଇଥିଲା। ବିସ୍ଫୋରଣ ସମ୍ପର୍କରେ ୟୁକ୍ରେନ ସରକାର କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

“୧୯୮୩ ମସିହାରେ ଜନ୍ମଗ୍ରହଣ କରିଥିବା ୟୁକ୍ରେନୀୟ ଏଜେଣ୍ଟ ଇଗ୍ନାଟ୍ କୁଜିନ୍, ଯିଏକି ୟୁକ୍ରେନର ବାସିନ୍ଦା, ମସ୍କୋ ବାହାରେ ଏକ ଫକ୍ସୱାଗନ୍ ଗଲ୍ଫ୍ କାରରେ ବିସ୍ଫୋରକ ରଖି ଲେଫ୍ଟନାଣ୍ଟ ଜେନେରାଲ ୟାରୋସ୍ଲାଭ୍ ମୋସ୍କାଲିଆକଙ୍କୁ ହତ୍ୟା କରିଥିଲା ତାଙ୍କୁ ଗିରଫ କରାଯାଇଛି,” ରୁଷର ଗୁଇନ୍ଦା ସେବା କହିଛି।

ad-week
Leave A Reply

Your email address will not be published.