ଭାରସାମ୍ୟ ହରାଇ ପ୍ରୋଟେକ୍ସନ ୱାଲକୁ ପିଟିଲା ବାଇକ; ୨ ମୃତ, ଜଣେ ଗୁରୁତର

ଭଦ୍ରକ: ରାସ୍ତାକଡ ପ୍ରୋଟେକ୍ସନ ୱାଲରରେ ପିଟିହେଲା ବାଇକ୍ । ଘଟଣାରେ ୨ ଜଣଙ୍କର ମୃତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବନ୍ତ ଛକ ଓଭର ବ୍ରିଜ ନିକଟରେ । ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏକ ବାଇକରେ ୩ ଜଣ ଯୁବକ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ବନ୍ତ ଛକ ନିକଟରେ ଭାରସ୍ୟାମ ହରାଇ ପ୍ରୋଟେକ୍ସନ ୱାଲରେ ବାଡେଇ ହୋଇ ରାସ୍ତା ମଝିରେ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ୨ ମୃତଦେହକୁ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ପଠାଇଛନ୍ତି ।

ତେବେ ଜଣଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅଞ୍ଚଳର ଆସେଦ ଆଲ୍ଲୀ ବୋଲି ଜଣା ପଡ଼ିଥିଲା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.