ସାପ କାମୁଡ଼ାରେ ଦଶବର୍ଷ ବାଳକର ମୃତ୍ୟୁ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତ ଡେଙ୍ଗାରଗାଁରେ ଘଟିଛି ଏକ ଅଘଟଣ । ବିଲ ହୁଡ଼ା ନିକଟରେ ଛୋଟ ପିଲାମାନେ ଖେଳୁଥିବା ସମୟ ରେ ହୁଡ଼ାରେ ଥିବା ଗର୍ତ୍ତରୁ ଏକ ବିଷଧର ସାପ ବାହାରି ଦଶ ବର୍ଷର ଛୋଟ ପିଲାଟି କୁ ଦଂଶନ କରିଥିଲା । ଚାହୁଁ ଚାହୁଁ ପିଲାଟି ତଳେ ପଡ଼ିଥିଲା ଓ ସଙ୍ଗେ ସଙ୍ଗେ କୁନି ପିଲାଟର ବାପା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର କୁନି ପିଲାକୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଡାକ୍ତରଙ୍କ ଠାରୁ ଖବର ପାଇ ବାଲିଗୁଡ଼ା ଥାନା ପୁଲିସ ମେଡିକାଲକୁ ପହଞ୍ଚି ମୃତ ଶରୀର ଜବତ କରି ୧୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭୋଳାନାଥ ପଣ୍ଡା ଶବ ବ୍ୟବଚ୍ଛେଦ ନିମନ୍ତେ ନିର୍ଦ୍ଦେଶ ଦେବା ସହିତ କିଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି। ମୃତ ଶିଶୁଟିର ନାମ ରାଜୁ ମଲିକ ବୟସ ୧୦ ବର୍ଷ ପିତାଙ୍କ ନାମ ଜରଲା ମଲିକ ବୋଲି ଜଣାପଡିଛି । ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ପରିବାରକୁ କିଭଳି ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଧାରିତ ଅର୍ଥ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳିବ ସେ ନେଇ ଜିଲ୍ଲାପାଳ ଙ୍କ ସହ କଥା ହେବେ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.