ଆସିକା ତହସିଲ ଅନ୍ତର୍ଗତ ଋଷିପୁର ବେଆଇନ ବାଲି ଘାଟରୁ ପ୍ରଶାସନ ର ଇଙ୍ଗତ ରେ ବେଧଡକ ଚାଲିଛି ଚୋରା ବାଲି ଚାଲାଣ…

ମାସିକିଆ ଫିକ୍ସଙ୍ଗ ହେଲେ ସବୁସମ୍ଭବ…!

add-all

ନେତାଙ୍କ ଚାପ ଆଗରେ ଖଣି ଓ ରାଜସ୍ୱ ବିଭାଗ ଜଳକା ……!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଇଲାକାରେ ପ୍ରଶାସନ ଡାଳରେ ଡାଳରେ ଗଲା ବେଳେ ବାଲି ମାଫିଆ ମାନେ ପତ୍ର ରେ ପତ୍ରରେ ଯାଉଛନ୍ତି। ତାହାର ନଗ୍ନ ନମୁନା ଏବେ ବାଲିଛାଇ ପଞ୍ଚାୟତ ର ଋଷିପୁର ଗ୍ରାମ ନିକଟରେ ଥିବା ବଡ଼ନଦୀ ରୁ ବେଆଇନ ଭାବେ ଖୁଲାମ ଖୁଲା ଚୋରା ବାଲି ଲୁଟ ହେଉଛି। ପ୍ରକାଶ ଥାଉକି ଆସିକା ବ୍ଲକର ଗୁଣ୍ଠପଡା ପଞ୍ଚାୟତ ର ଜଗଦଳପୁର ଗାଁ ନିକଟରୁ ବାଲି ଉତ୍ତୋଳନ କୁ ବିରୋଧ କରି ଗ୍ରାମବାସୀ ମାନେ ରାସ୍ତା ରୋକ କରି ଚୋରା ବାଲି ଚାଲାଣ ବନ୍ଦ କରିଥିଲେ। ଏବେ ବାଲି ମାଫିଆ ମାନେ ଋଷିପୁର ଗ୍ରାମ ନିକଟରେ ଥିବା ବଡ଼ ନଦୀରୁ ମେସିନ ସାହାଯ୍ୟରେ ଦିନ ଦିପହରେ ଟ୍ରକ, ହାଇୱା ଓ ଟିପର ରେ ରାତି ଦିନ ଚୋରା ବାଲି ଚାଲାଣ କରୁଛନ୍ତି। ଏନେଇ ଖଣି ବିଭାଗ ଓ ରାଜସ୍ୱ ବିଭାଗ କୁ ଋଷିପୁର ଗ୍ରାମ ବାସୀ ରୀତିମତ ଅଭିଯୋଗ କରୁଛନ୍ତି। ଉଭୟ ବିଭାଗ କଂସାରୀ ଘରର ପାରା ଭଳି ଅଭିନୟ କରୁଥିବା ଆଲୋଚନା ହେଉଛି. ଏହି ବେଆଇନ ଘାଟରେ ସ୍ଥାନୀୟ ନେତାଙ୍କ “ଶେର”ଥିବା ଯୋଗୁଁ ବାବୁ ମାନେ ଓ ମେଡ଼ାମ ମହାଶୟା ଟିକେ ଆଡ଼ଜେଷ୍ଟ ହେଉଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳ ରେ ଖଣି ବିଭାଗ ଓ ରାଜସ୍ୱ ବିଭାଗ ନେତାଙ୍କ ନିକଟରେ ସମ୍ପୂର୍ଣ୍ଣ ସରେଣ୍ଡେର ହୋଇଥିବା ଯୋଗୁଁ ଅଜି ଏଭଳି ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ଲୋକେ କହୁଛନ୍ତି। ଆସିକା ଅଞ୍ଚଳ ରେ ଗତ କିଛି ଦିନ ହେଲା ଚୋରା ବାଲି ମାଫିଆଙ୍କ ବିରୋଧ ରେ ଗ୍ରାମ ବାସୀ ମାନେ ମେଳି ବାନ୍ଧି ପ୍ରତିବାଦ କରିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ସୂଚନା ଥାଇକି ଚୋରା ବାଲି ପାଇଁ ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହେବା ସୁନିଶ୍ଚିତ ।

ad-week
Leave A Reply

Your email address will not be published.