ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳା : ଯୁବନେତା ଅବିନାଶ ବ୍ରହ୍ମ ସମ୍ବର୍ଦ୍ଧିତ

ବଣାଇଗଡ଼ : ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳାରେ ବଣାଇର ଯୁବନେତା ତଥା ଯୁବମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି l ଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ରେ ଆୟୋଜିତ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ବିଷୟ ଉପରେ ଆୟୋଜିତ କର୍ମଶାଳା ସାରା ଦେଶ ରୁ ଆସିଥିବା ଯୁବବନ୍ଧୁଙ୍କ ସହ ବଣାଇର ଯୁବନେତା ଅବିନାଶ ବ୍ରହ୍ମ ଭାଗ ନେଇଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ ଏହି ପ୍ରସଙ୍ଗ ଏବେ ଆଇନଗତ ଏବଂ ରାଜନୈତିକ ଆଲୋଚନା ରୁ ଆଗକୁ ବଢ଼ି ଦେଶର ମୁଖ୍ୟ ଏଜେଣ୍ଡାର ଏକ ଅଂଶ ବିଶେଷ ପାଲଟିଛି l ଏହି ଅବସରରେ ଅଭିନାଶ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ମନସୁଖ ମାଣ୍ଡଭ୍ୟ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନୀଲ ବଂଶଲ ପ୍ରମୁଖ ଯୋଗଦେଇ ସାରା ଦେଶ ରୁ ଆସିଥିବା ଛାତ୍ର ନେତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆଗାମୀ ଦିନରେ ପ୍ରତ୍ୟେକ କଲେଜ କ୍ୟାମ୍ପସ, ବିଭିନ୍ନ ଅନୁଷ୍ଠାନ ଓ ନିର୍ବାଚନ ପ୍ରତିନିଧି ମାନଙ୍କ ତରଫରୁ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତି ଙ୍କୁ ସାରା ଦେଶ ରୁ ପଠାଯିବ ବୋଲି ସୂଚନା ମିଳିଛି l କାର୍ଯ୍ୟକ୍ରମ ରେ ଓଡିଶା ରୁ ମୋଟ ୧୫ ଜଣ ଯୁବନେତା ଭାଗ ନେଇଥିଲେ l

nis-ad
Leave A Reply

Your email address will not be published.