ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ରେଞ୍ଜର ଇନ୍ଦ୍ରଗଡ ସେକ୍ସନରେ ହାତୀପଲଙ୍କ ଆକ୍ରମଣରେ ଚାରିଜଣଙ୍କ ଘରନଷ୍ଟ ହୋଇଛି । ଗତ କିଛି ଦିନ ହେଲା ୨୬ ଟିକିଆ ହାତୀପଲ ଗଞ୍ଜାମ ଜିଲ୍ଲା ମୂଜାଗଡ ରେଞ୍ଜରୁ କରଡ଼ା ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ କରଡ଼ା ରେଞ୍ଜର ଗାନ୍ଧାରୀ ଭୂଇଁ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଗ୍ରାମର ମଲ ନାୟକ, ଚକ୍ର ନାୟକ, ଖଦାଳ ନାୟକ, ମନୋଜ ମଲ୍ଲିକଙ୍କ ଘର ଭାଙ୍ଗିଯାଇଅଛି । କ୍ଷତି ଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଥିବା ବେଳେ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।
