ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଯାତ୍ରାରେ ମାଙ୍କ ଦର୍ଶନ କରିବାକୁ ବାଜା ବାଜଣା ରେ ପାଛୋଟି ନେଉଥିବା ବେଳେ ଆସିକା ବିଧାୟକ ସରୋଜ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ପଛରେ ଫୋଟ ପୋଜ ଦେବାକୁ ଠିଆ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ବାଃ ବାଃ ନେବାକୁ ହାତ ହଲେଇ ବାଘ ନାଚ କୁ କଣ କହିବା ଏବେ ସରୋଜ ପାଢ଼ୀଙ୍କୁ ମହଙ୍ଗା ପଡିଛି। ଶାସକ ଦଳରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପାଇଁ ଆଭାସ ମିଳିବା ପରେ କିଛି ଶାସକ ଦଳର ବିଧାୟକ ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଛନ୍ତି। ଗଞ୍ଜାମ ଜିଲ୍ଲାରେ ଶାସକ ଦଳର ନିର୍ବାଚିତ ବିଧାୟକ ଙ୍କ ପଛରେ ବ୍ରହ୍ମପୁର ସାଂସଦ ଙ୍କ ଭୂମିକା ଥିବା ଯୋଗୁଁ ଶାସକ ଦଳର ବହୁ ବିଧାୟକ ମନେ ନିର୍ବାଚିତ ହୋଇଥିବା ଚର୍ଚ୍ଚା ହୋଇଥିଲ। ଆସିକା ବିଧାୟକ ନିର୍ବାଚିତ ହେବା ପର ଠାରୁ ଚର୍ଚ୍ଚାରେ ରହିଆସିଛନ୍ତି। କେତେ ବେଳେ ନବୀନ ପଟ୍ଟନାୟକ ଙ୍କ ପ୍ରତି କଟାକ୍ଷ କରିତ କେତେବେଳେ ବାଲି ମାଫିଆ ମାନଙ୍କୁ ମାସିଆରି ବଟି ମାଗିବା କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି।
ଏବେ ଭାଇନାଙ୍କ କୁଆଡ଼େ ଥରେ ମନ୍ତ୍ରୀ ପଦ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗ ପଛ ହେବା କିଛି ଇଲୋକ୍ଟ୍ରୋନିକ୍ସ ମିଡ଼ିଆ କୁ ଘରକୁ ଡ଼ାକି ତଥ୍ୟ ନଥାଇ ବାଲୁ ବାଲୁ ହେଉଥିବା ବିରୋଧିଙ୍କ ମଧ୍ୟରେ ଆଲୋଚନା ର ବିଷୟ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ହାତକୁ ଧରି ବିରକ୍ତି ହୋଇ ଠେଲି ଦେବା ଘଟଣା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଥଟ୍ଟାର ବିଷୟ ହୋଇଥିବା ଲକ୍ଷକରା ଯାଇଛି। ଭାଇନା ବୁଝୁ ନାହାନ୍ତି ତାଙ୍କ ବଟି ମାଗିବା ଅଡିଅ ର ତଦନ୍ତ ଭାର ଭିଜିଲାନ୍ସ ହାତରେ ରହିଛି। ସ୍ୱଳ୍ପ ସମୟ ମଧ୍ୟରେ ବଦନାମ ହେବା ଓ ହମ ବାଡା ନୀତି ଯୋଗୁଁ ଭାଇନା ସବୁବେଳେ ଚର୍ଚ୍ଚା ରେ ରହି ଆସିଛନ୍ତି। ଭାଇନା ଙ୍କ ଅଡିଅ ଭାଇରଲ ହେବା ପରେ ପଦ୍ମ ବାଲାଙ୍କ ଆଖି ସବୁବେଳେ ଭାଇନାଙ୍କ ଉପରେ ରହିଥିବା ବିରୋଧି ଆଲୋଚନା କରୁଛନ୍ତି। ଭାଇନାଙ୍କ ପିଛା ଶନିଦଶା ଲାଗିଥିବା କଥା ନେଇ ଚର୍ଚ୍ଚା ଚାଲିଥିବା ବେଳେ। ଦେଖା ଯାଉ ଭାଇନାଙ୍କ ଭାଗ୍ୟ କେବେ ସାତ ଦେଉଛି।
