ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ପାସ ହାର-୯୪.୯୩ %
କଟକ : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପ୍ରକାଶ ପାଇଲା ରେଜଲ୍ଟ. । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବୋର୍ଡ଼ର ୱେବସାଇଟwww.bseodisha.ac.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ. । ଏସଏମଏସ କରି ରେଜଲ୍ଟ ମଧ୍ୟ ଜାଣିହେବ.OR10 ଲେଖି ରୋଲ ନମ୍ବର ଦେଇ 5676750 କୁ ମେସେଜ କଲେ ଆସିଯିବ ରେଜଲ୍ଟ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାସ ହାର 94.93 ପ୍ରତିଶତ ହୋଇଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ହୋଇଥିବା ଜଣା ଯାଇଛି । ପୁଅଙ୍କ ପାସ ହାର 94 % ଥିବା ବେଳେ ଝିଅଙ୍କ ପାସ ହାର 96 % ଥିବା ଜଣା ଯାଇଛି ।
ମୋଟ ମାଟ୍ରିକ ପରୀକ୍ଷା ଦେଇଥିଲେ 5 ଲକ୍ଷ 2 ହଜାର 417 ଜଣ ଛାତ୍ରଛାତ୍ରୀ । ମୋଟ 4 ଲକ୍ଷ 84 ହଜାର 863 ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଫେଲ ହୋଇଛନ୍ତି 17 ହଜାର 384 ଜଣ ଛାତ୍ରଛାତ୍ରୀ । ସେଠି ମଧ୍ୟରୁ 2 ଲକ୍ଷ 46 ହଜାର 612 ଜଣ ଝିଅ ପାସ କରିଥିବା ବେଳେ 2 ଲକ୍ଷ 40 ହଜାର 251 ଜଣ ପୁଅ ପାସ କରିଛନ୍ତି । ଗଜପତିରେ ସର୍ବାଧିକ ପାସ ହାର 99.35 ପ୍ରତିଶତ ଥିବା ବେଳେ ସର୍ବ ନିମ୍ନ ପାସ ହାର 92.83 ପ୍ରତିଶତ ହୋଇଛି କୋରାପୁଟରେ । ଚଳିତ ବର୍ଷ ପାସ ହାର କମିଛି । ଗତବର୍ଷ ଏହା 96.27 ପ୍ରତିଶତ ଥିଲା । କମିଲା 100 ରେଜଲ୍ଟ ସ୍କୁଲ ସଂଖ୍ୟା । ଗତ ବର୍ଷ 4755 ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି ।
ବକ ଗତ ୧୯ ରୁ ଆରମ୍ଭ ହେଇଥିଲା ମାଟ୍ରିକ ଖାତା ଦେଖା। ରାଜ୍ୟର ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏହି ଖାତା ଦେଖା କାମରେ ନିୟୋଜିତ ହେଇଥିଲେ । ମେ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ବୋର୍ଡର ଲକ୍ଷ୍ୟ ରଖିଥିଲା । ଫେବୃଆରୀ ୨୧ ରୁ ରାଜ୍ୟର ୩୧୩୩ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଚାଲିଥିଲା। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ହୋଇଥିଲା।
