ଭୁବନେଶ୍ଵର: ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି।
ସୁଶାନ୍ତ କୁମାର ନାଥ, ଆଇପିଏସ୍ (ଆରଆର-୧୯୯୩), ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ କାରାଗାର ଓ ସଂଶୋଧନ ସେବାର ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି ।
ଦୟାଳ ଗଙ୍ଗୱାର, ଆଇପିଏସ୍ (ଆରଆର-୧୯୯୮), ଯିଏ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜିପି), ମୁଖ୍ୟାଳୟ ଭାବେ କାର୍ଯ୍ୟ କରୁଥିଲେ, ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ, ଯୋଗାଯୋଗ ଭାବେ ନିଯୁକ୍ତ କରାଯାଇଛି ।
ପ୍ରତୀକ ମହାନ୍ତି, ଆଇପିଏସ୍ (ଆରଆର-୨୦୦୦), ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ, ମୁଖ୍ୟାଳୟ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି, ନାରାୟଣ ନାୟକ, ଓପିଏସ୍ (ଏସ), ଯିଏ ସହକାରୀ ପୋଲିସ ମହାନିରୀକ୍ଷକ, ମେରାଇନ ଓ ଉପକୂଳ ସୁରକ୍ଷା ଭାବେ କାର୍ଯ୍ୟ କରୁଥିଲେ, ତାଙ୍କୁ ବଦଳି କରାଯାଇ ସୁବର୍ଣ୍ଣପୁରର ଏସପି ଭାବେ ନିଯୁକ୍ତ କରାଯାଇଛି ।
