ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ । ଏନେଇ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୭୪୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ ।

ତେବେ ଖୋର୍ଦ୍ଧାରେ ବିରେନ୍ଦ୍ର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ ଏବଂ ଟେସ୍‌କୋ ହୋଟେଲ୍‌ସ ଆଣ୍ଡ୍‌ ମଲ୍‌ସ ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ଖୋଲିବାକୁ ଥିବାବେଳେ, ଅନୁଗୁଳରେ ସୂର୍ଯ୍ୟ ଇକୋ ରିସୋର୍ଟସ୍‌, ଗଞ୍ଜାମରେ ସତ୍ତ୍ବ ଓଲିଓ । ଟିକେ ଇଣ୍ଟରନ୍ୟାସନାଲ୍‌ କୋରାପୁଟରେ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ‌କରାଯିବ ।

nis-ad
Leave A Reply

Your email address will not be published.