ପାଟଣାଗଡ ପାର୍ସଲ ବୋମା ମାମଲା: ଜୁନ୍ ୧୭ ସୁଦ୍ଧା ଚୂଡ଼ାନ୍ତ ରାୟ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ମାମଲା । ଜୁନ୍ ୧୭ ସୁଦ୍ଧା ଆସିବ ମାମଲାର ଚୂଡ଼ାନ୍ତ ରାୟ । ଏନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ ।

ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ସପକ୍ଷରେ ଆଜି ଜଣଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବା ନେଇ ସୂଚନା ରହିଛି । ପଡ଼ୋଶୀ ଜିତେନ୍ ପଟେଲଙ୍କ ହେଲା ସାକ୍ଷ୍ୟଗ୍ରହଣ । ଆସନ୍ତା ୬ରୁ ଆରମ୍ଭ ହେବ ପାର୍ସଲ ବୋମା ମାମଲାର ଶୁଣାଣି ।

ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

nis-ad
Leave A Reply

Your email address will not be published.