ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କଚ୍ଛପ ଗତିରେ ଚାଲିଥିବା ପଟ୍ଟା ପ୍ରଦାନ ପାଇଁ ବନ୍ଦୋବସ୍ତ ପ୍ରକ୍ରିୟା ସରକାର ପକ୍ଷରୁ ବନ୍ଦ !
ସାଧାରଣରେ ତୀବ୍ର ପ୍ରତିକ୍ରିୟା ..!
ବ୍ରହ୍ମପୁର : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣ ଜନତା ସ୍ଥାୟୀ ଭାବେ ଶହ ଶହ ବର୍ଷ ଧରି ଗୃହ ନିର୍ମାଣ କରି ଆସୁଛନ୍ତି। ହେଲେ ବିଭିନ୍ନ ଆଳ ଦେଖାଇ ସାଧାରଣର ଜନତାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ଗତ ୨୦୧୭ ମସିହାରେ ରାଜସ୍ୱ ବିଭାଗ ପକ୍ଷରୁ ପୌରାଞ୍ଚଳ ବାସୀଙ୍କ ପାଇଁ ବନ୍ଦୋବସ୍ତ ପ୍ରକ୍ରିୟା (ସେଟେଲମେଣ୍ଟ) ସର୍ଭେ କରାଯାଇ ପଟ୍ଟା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ବର୍ତ୍ତମାନ ରାଜସ୍ବ ବିଭାଗ ବିଭିନ୍ନ ପ୍ରକାର ଆଳ ଦେଖାଇ ଚିଠି ନମ୍ବର ୧୫୮୯୯/ ୨୯. ୪.୨୦୨୫ ତାରିଖ ରେ ୨୦୧୭ ମସିହାର ଆଦେଶ ନାମା ରଦ୍ଧ କରଗଲା ବୋଲି ଘୋଷଣା କରିଛନ୍ତି। ସରକାରଙ୍କ ଏଭଳି ପଦେକ୍ଷେପ କୁ ନେଇ ଆସିକା ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡ଼ବଲ ଇଞ୍ଜିନ ସରକାର ଆସିକା ବାସୀଙ୍କୁ ଡ଼ବଲ ଝଟକା ଦେଇଛନ୍ତି ।
