ପାକିସ୍ତାନରୁ ଆସୁଥିବା ସମସ୍ତ ଡାକ ଏବଂ ପାର୍ସଲ ସେବା ବନ୍ଦ

add-all

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବିମାନ ଏବଂ ସ୍ଥଳପଥ ମାଧ୍ୟମରେ ହେଉଥିବା ସମସ୍ତ ଡାକ ଏବଂ ପାର୍ସଲ ଆଦାନ-ପ୍ରଦାନ ପାଇଁ ଲାଗୁ ହେବ।
ଡାକ ବିଭାଗ ଏ ସମ୍ପର୍କରେ ଏକ ସାର୍ବଜନୀନ ନୋଟିସ୍ ଜାରି କରି ଏହି ନିଲମ୍ବନକୁ ନିଶ୍ଚିତ କରିଛନ୍ତି ।

ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡାକ ସେବା ପୂର୍ବରୁ ସୀମିତ ସ୍ତରରେ ଚାଲୁଥିଲା। ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ, ପାକିସ୍ତାନ ଅସ୍ଥାୟୀ ଭାବରେ ଡାକ ସେବା ବନ୍ଦ କରିଦେଇଥିଲା, ଯାହାକୁ ତିନି ମାସ ପରେ ପୁନଃସ୍ଥାପିତ କରାଯାଇଥିଲା।

ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଏହି ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଲମ୍ବନ ଫଳରେ ଦୁଇ ଦେଶ ମଧ୍ୟରେ ଚିଠିପତ୍ର, ବ୍ୟବସାୟିକ ଡାକ ଏବଂ ବ୍ୟକ୍ତିଗତ ପାର୍ସଲର ଆଦାନପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ପରିବାର କିମ୍ବା ବ୍ୟବସାୟିକ ଡାକ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ସର୍ବାଧିକ ସମସ୍ୟା ସୃଷ୍ଟି କରିବ।

ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ୍‌ କରିଛନ୍ତି ଭାରତ ସରକାର । ଦେଶର ସୁରକ୍ଷା ଏବଂ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି।
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ପାକିସ୍ତାନରୁ ବ୍ୟାନ୍ କରାଯିବାର କିଛି ଘଣ୍ଟା ମଧ୍ୟରେ ଡାକ ଏବଂ ପାର୍ସଲ ସେବା ମଧ୍ୟ ବନ୍ଦ କରିଛି ଭାରତ ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦେଖି ଏହି ପଦକ୍ଷେପ ନିଆଯାଇଛି । ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକ ପ୍ରାଣ ହରାଇଥିଲେ।

ଡାକ ବିନିମୟ ସ୍ଥଗିତ ହେବା ଦ୍ୱାରା କୂଟନୈତିକ ଏବଂ ବାଣିଜ୍ୟ ସମ୍ପର୍କରେ ଚାଲିଥିବା ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.