ମାଲକାନଗିରି ରେ ପ୍ରେସ ସ୍ଵାଧୀନତା ଦିବସ ପାଳିତ…

add-all

ମାଲକାନଗିରି, ୩।୫ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ (ଏସ୍‌‌ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକ ଓ ପହଲଗାଓରେ ହୋଇଥିବା ଆତଙ୍କବଦୀ ଆକ୍ରମଣରେ ମରୁତ ଭାରତୀୟ ମାନଙ୍କ ଅମାର ଆତ୍ମାର ଶାନ୍ତି ପାଇଁ ନିରବପ୍ରାର୍ଥନା କରାଯାଇଥିଲା। ଏହି ଦିନଟି କେବଳ ଏକ ଦିନ ନୁହେଁ, ଏହା ହେଉଛି ସତ୍ୟ ଓ ନ୍ୟାୟର ପାଳନକୁ ସମର୍ପିତ ଏକ ଆନ୍ତର୍ଜାତିକ ପ୍ରୟାସ ବୋଲି ସଂଘର ସଭାପତି ଏମ୍. ଅମରେଶ କୁମାର ବଖାଣି ଥିଲେl ଶ୍ରୀ ଅମରେଶଙ୍କ ସଭାପତିତ୍ଵରେ ଆୟଅଜିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ସମାଜ ସେବୀ ଘନଶ୍ୟାମ ମାଡକାମୀ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଏସୟୁଯେର ସାଧାରଣ ସମ୍ପାଦକ ବଂଶୀ ମୁଦୁଲି, ଉପସଭାପତି ସର୍ବକୁମାର ବିଶୋଇ ମଧ୍ୟ ଉପସ୍ଥିତ ରହି ମଞ୍ଚାସୀନ ଥିଲେ। ୧୯୯୩ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଥିବା ବେଳେ ଗଣମାଧ୍ୟମ ଯଦି ସ୍ୱାଧୀନ ହୁଏ, ତେବେ ସେ ସତ୍ୟ କହିବା ସହ ଲୋକ ଲୋଚନାକୁ ସତ୍ୟତା ଆଣି ପାରିବେ। ଆଜିର ଯୁଗରେ ଅନେକ ସାମ୍ବାଦିକ ଜୀବନ ସହ ସଂଗ୍ରାମ କରି କାମ କରୁଛନ୍ତି। ସେମାନଙ୍କ ଉପରେ ଧମକ, ମାମଲା, ହାରାସମେଣ୍ଟ କେତେବେଳେ ମୃତ୍ୟୁ ସହ ବି ସମ୍ମୁଖୀନ ହେଉଛନ୍ତି। ସତ୍ୟ ରିପୋର୍ଟିଂ କରି ଅନେକ ସାମ୍ବାଦିକ ଜୀବନ ହରେଇଛନ୍ତିl ସେମାନଙ୍କ ତ୍ୟାଗ ଓ ସାହସ ଆମକୁ ପ୍ରେରଣା ଯୋଗାଇ ଆସୁଛି ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ। ଏହି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ ର ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ସୁଶାନ୍ତ ମଣ୍ଡଲ, ଇର୍ମା ସୋଡ଼ି, ବୁଚା ମାଡକାମୀ ପ୍ରମୁଖଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳନ କରିଥିଲେl

ad-week
Leave A Reply

Your email address will not be published.