ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ: ସୁରେଶ ପୂଜାରୀ

ଭୁବନେଶ୍ୱର : ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ସାଂଘାତିକ ଅଭିଯୋଗ ।  ପଶ୍ଚିମବଙ୍ଗରୁ ବିଶେଷକରି ବରମହମପୁର, ମୁର୍ସିଦାବାଦ ଓ ସଂଲଗ୍ନ ବର୍ତ୍ତୀ ଜିଲ୍ଲାରୁ କାମ କରିବାକୁ ଓଡ଼ିଶା ଯାଉଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ସେ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ଷେତ୍ର ଛାଡ଼ି ପଳାଇବା ପାଇଁ ସେମାନଙ୍କୁ ଧମକ ଦିଆଯିବା ସହ ଆକ୍ରମଣ କରାଯାଉଛି ।  ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ି ୟୁସୁଫ ପଠାନ ତାଙ୍କୁ ଚିଠି ଲେଖିଥିଲେ ।

ଅନ୍ୟପଟେ ୟୁସୁଫ ପଠାନଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।  ସେ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି ।   ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ । କେବେ ଇତିହାସରେ ଓଡ଼ିଶା କାହା ପାଇଁ ଅସୁରକ୍ଷିତ ଅଭିଯୋଗ ଆସିନାହିଁ ।  ପ୍ରଥମ ଥର ଓଡ଼ିଶା ଉପରେ ସାମାନ୍ୟ ଜ୍ଞାନ ନଥିବା ଲୋକ ଏ ଅଭିଯୋଗ ଆଣିଛନ୍ତି ।  ଏଥିସହ ୟୁସୁଫ ପଠାନ କ୍ରିକେଟରେ ମନ ଦେଇଥିଲେ ମଙ୍ଗଳ ହେଇଥାନ୍ତା । କ୍ରିକେଟ ଛାଡ଼ିଲେ ଅନ୍ୟ କୌଣସି ବିଷୟରେ ୟୁସୁଫଙ୍କର ଜ୍ଞାନ ନାହିଁ ।  ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ୟୁସୁଫ ମୁହଁ ଖୋଲିଥିଲେ ଭଲ ହୁଅନ୍ତା ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

nis-ad
Leave A Reply

Your email address will not be published.