ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଛି। ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଗତକାଲି ଅନଲାଇନରେ ଏତଲା ଦେଇଥିଲେ ଆର୍ଟିଆଇ କର୍ମୀ ଜୟନ୍ତ ଦାସ।
ଆଜି ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାଶମହାପାତ୍ରଙ୍କ ବିରୋଧରେ ସିଂହ ଦ୍ଵାର ଥାନାରେ ଏତଲା ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରରୁ କିପରି ମହାପ୍ରଭୁଙ୍କ ଦାରୁ କାଠ ବାହାରକୁ ଗଲା ଏବଂ ଦଇତାପତି ସେବାୟତ କାହିଁକି ମହାପ୍ରଭୁଙ୍କ ଦାରୁକୁ ପଶ୍ଚିମବଙ୍ଗରେ ସ୍ଥାପନ କଲେ ତାହାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ସିଂହ ଦ୍ଵାର ଥାନା ରେ ଏଫଆଇଆର ପ୍ରଦାନ କରିଛନ୍ତି।
ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା। ନବକଳେବର ସମୟରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ସମୟରେ ବାଲିଯାଇଥିବା ଦାରୁକୁ ପଶ୍ଚିମବଙ୍ଗକୁ ପଠାଇବା ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ। ସେହିପରି ଦୀଘାକୁ ଜଗନ୍ନାଥ ଧାମ ବୋଲି କୁହାଯାଉଥିବା ନେଇ ଆପତ୍ତି ଉଠାଇବା ସହ ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଲାଗି ଦାବି କରିଛି ଜଗନ୍ନାଥ ସେନା।
