ଅପରେସନ ସିନ୍ଦୂରକୁ ପ୍ରଶଂସା କଲା କଂଗ୍ରେସ

add-all

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଭାରତ ଏହାର ‘ଅପରେସନ୍ ସିନ୍ଦୂର’ ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି।


ଅପରେସନ୍ ସିନ୍ଦୂର’କୁ କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି। ଅପରେସନ୍ ସିନ୍ଦୂର’ ନେଇ ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅପରେସନ ସିନ୍ଦୂରକୁ ପ୍ରଶଂସା କରି କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଜାତୀୟ ନୀତି ଅଛି।
ଜୟରାମ ରମେଶ ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କରି କହିଛନ୍ତି, କଂଗ୍ରେସ ଦଳ ଆମର ସଶସ୍ତ୍ର ବାହିନୀ ସହିତ ଦୃଢ଼ ଭାବରେ ଠିଆ ହୋଇଛି |

ad-week
Leave A Reply

Your email address will not be published.