ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୨୨ ନକ୍ସଲ ନିହତ

add-all

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏହି ଗୁଳିବିନିମୟରେ ୨୨ ଜଣ ନକ୍ସଲ ନିହତ ହୋଇଥିବା ଖବର ମିଳିଛି। କିନ୍ତୁ କୌଣସି ପୁଲିସ ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ନକ୍ସଲ ନିହତ ହୋଇଛନ୍ତି କହୁ ନାହାନ୍ତି। ସନ୍ଧ୍ୟା ସୁଦ୍ଧା ସମସ୍ତ ରିପୋର୍ଟ ମିଳିବ ବୋଲି ପୁଲିସ କହୁଛି।
ମାଓ ଦମନରେ ନିର୍ଣ୍ଣାୟକ ମୋଡ଼ରେ ଯବାନ। ନକ୍ସଲଙ୍କୁ ଆଉ ନିସ୍ତାର ନାହିଁ। ନକ୍ସଲ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି। ଛତିଶଗଡ଼ ସରକାରଙ୍କ ସମେତ ପୁଲିସ ବିଭାଗର ଏବଂ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି। ଗତ କିଛି ଦିନ ମଧ୍ୟରେ କାରେଗଟ୍ଟା ଜଂଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ନକ୍ସଲ ଦମନ ହେଲେ ହିଁ ସୁରକ୍ଷାକର୍ମୀ ଶାନ୍ତିରେ ବସିବେ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.