ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ…

add-all

ଛତ୍ରପୁର : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ ଛକ ନିକଟ ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁର ଡି.ପୁରୁଷୋତ୍ତମ ରେଡ୍ଡୀ। ସେ ଉକ୍ତ ୟୁନିଭର୍ସିଟିର ହଷ୍ଟେଲରେ ରହି ଓଡ଼ିଶା ସ୍କିଲ୍‌ ଡେଭଲପମେଣ୍ଟ୍‌ର ଟ୍ରେନିଂ ନେଉଥିଲେ। ଏନେଇ ମୋ’ ପୁଅ ପୁରୁଷୋତ୍ତମ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ଏହାର ସମ୍ପୂର୍ଣ୍ଣ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ଓ ପୋଲିସ ନିକଟରେ ତାଙ୍କ ମା’ ଡି.ତାରିଣାମ୍ମା ରେଡ୍ଡି ଦାବି କରଛନ୍ତି। ଏନେଇ ସେ ଚମାଖଣ୍ଡି ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏନେଇ ଚମାଖଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ବୁଧବାର ଛାତ୍ରଙ୍କ ମୃତଦେହ ବ୍ୟବଛେଦ ହୋଇଥିଲା।

ତାଙ୍କର କହିବାନୁଯାୟୀ, ରାତିରେ ୟୁନିଭର୍ସିଟିରୁ ଏକ ଫୋନ୍‌ ଆସିଥିଲା ଏବଂ ପୁଅ ପୁରୁଷୋତ୍ତମ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ। ପରେ ତାଙ୍କୁ ଚିକିତ୍ସା ଲାଗି ଅଟୋ ଯୋଗେ ନେଇ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲକୁ ଆସିବା ପୂର୍ବରୁ ପୁରୁଷୋତ୍ତମଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଥିଲେ। ତେବେ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନି। କର୍ତ୍ତୃପକ୍ଷ ହସ୍ପିଟାଲରେ ପୁରୁଷୋତ୍ତମଙ୍କ ମୃତଦେହ ଛାଡ଼ି ଚାଲିଯାଇଥିଲେ ବୋଲି ତାଙ୍କ ପରିବାରବର୍ଗ କହିଛନ୍ତି।

ad-week
Leave A Reply

Your email address will not be published.