ଗଞ୍ଜାମ ଜିଲ୍ଲା ରେ ଡ଼ନ ହେବାକୁ ଜାଲ ବିଛାଇଲାଣି ନୂଆ ଗ୍ୟାଙ୍ଗ ଷ୍ଟାର ଆଲୋକ…..!

ମଦ.. ବାଲି.. ଖଣି ମାଫିଆ ଙ୍କ ମଧ୍ୟରେ କକୁଆ ଭୟ…!!

youtube

ବିକ୍ରମ ମଲ୍ଲିକ ପରେ ଆଉ ଏକ ଗ୍ୟାଙ୍ଗଷ୍ଟାର.., ଯାହା ପୋଲିସ ର ନିଦ ହଜାଇଲାଣି …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ଡ଼ନ ହେବାକୁ ଇଚ୍ଛା କରିଥିଲା ଆଲୋକ। କଟକ ବନ୍ଧୁକ ତିଆରି କାରଖାନା ଠାବ ହେବା ପରେ ଆଲୋକ ପ୍ରଧାନ ର ସୁରାକ ପାଇଥିଲା ପୋଲିସ। ଆଲୋକ ବିହାରର ମୁଙ୍ଗେର ରେ ରହି ଓଡିଶା ରେ ବନ୍ଧୁକ କାରଖାନା କରି ଯୁବପିଢୀଙ୍କୁ ନିଜ ଦଳରେ ସାମିଲ କରି ଅପରାଧ ଜଗତ ର ବାଦଶାହା ହେବାର ସ୍ୱପ୍ନ ଦେଖିଛି। କଟକ ବନ୍ଧୁକ କାରଖାନାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ବନ୍ଧୁକ ବିକ୍ରି ହୋଇଛି। କିଛି ବନ୍ଧୁକ ଓ ନୂଆ କରି ଅପରାଧ ଜଗତ ରେ ପାଦ ଥାପିଥିବା ଯୁବକ ମାନଙ୍କୁ ଗଞ୍ଜାମ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୧୭ ଟି ମାଉଜର ଜବତ କରିଛି। ବିକ୍ରମ ମଲ୍ଲିକ ଗତ ୨୦୦୮/୦୯ ମସିହାରେ ରେ ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟିଏ ହତ୍ୟା କରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଦୀର୍ଘ ୧୫ ବର୍ଷ ପରେ ଏବେ ଗଞ୍ଜାମ ଜିଲ୍ଲାର ଡ଼ନ ହେବାର ନିଶା ଘାରିଛି, ଆଲୋକ ପ୍ରଧାନ କୁ ବୋଲି ଏବେ ବିଭିନ୍ନ ଖଟିରେ ଚର୍ଚ୍ଚା ହେଲାଣି । ବିକ୍ରମ ମଲ୍ଲିକ ବର୍ତ୍ତମାନ ଜେଲ ରେ ଥିବା ବେଳେ ବିକ୍ରମର ଜାଗା ନେବାକୁ ଚେଷ୍ଟା ଜାରି ରଖିଛି ,ଏବେ ଆଲୋକ। ପୋଲିସ ଫାଇଲରେ ଆଲୋକର ନାଁ ରେ ମାଳ ମାଳ ହତ୍ୟାକାଣ୍ଡ, ଲୁଟ, ଠିକାଦାରୀ, ଜମିହଡପ, ଦାଦାଗିରି ଓ ବିଭିନ୍ନ ହାଇ ପ୍ରୋଫାଇଲ ହତ୍ୟା କାଣ୍ଡର ମାଷ୍ଟେର ମାଇଣ୍ଡ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଆଲୋକ କାୟା ବିସ୍ତାର କରିଛି ବୋଲି ସାଧାରଣ ରେ ଆଲୋଚନା ହେଲାଣି । ନିସର୍ତ୍ତ ରେ ରୀତିମତ ଚୋରା ବାଲି ବ୍ୟବସାୟ କୁ ନେଇ ମୁଣ୍ଡ ଗଡ଼ିବା ସମ୍ପର୍କ ରେ ଖବର ପ୍ରକାଶ ହୋଇ ଆସୁଛି ପ୍ରଶାସନ ସବୁ ଜାଣି ନିରବ ରହୁଛି । ଏବେ ଆସିକା ପୋଲିସ ଥାନା ଇଲାକାରୁ ଏକ ଡ଼ଜନ ରୁ ଉର୍ଦ୍ଧ ମାଉଜର ଜବତ ପରେ ପୋଲିସ ର ଅକଲ ଗୁଡ଼ୁମ ହୋଇଯାଇଛି। ଆଲୋକ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହାବି ତଦନ୍ତ ସାଫେକ୍ଷ । ଏବେ ବି ପୋଲିସ ଫାଇଲରେ ମୋଷ୍ଟ ୱାଣ୍ଟେଡ ଭାବେ ଆଲୋକ ପ୍ରଧାନ ରହିଛି। ସେ ତାର ଗ୍ୟାଙ୍ଗ ରେ କୁଆଡ଼େ ନୂଆ ନୂଆ ଯୁବକ ମାନଙ୍କୁ ସାମିଲ କରି ତୋଫା ଭାବରେ ଗୋଟେ ଗୋଟେ ମାଉଜର ଗିଫ୍ଟ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ l ବର୍ତ୍ତମାନ ଅନୁସନ୍ଧାନ ରୁ ବାରି ହୋଇ ପଡୁଛି କିଛି ବଲି ମାଫିଆ , ଓ କିଛି ମଦ ମାଫିଆ ବର୍ତ୍ତମାନ ଆଲୋକ ର ନଜର ରେ ଯାହାକୁ ନେଇ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ହେବ ନାହିଁ l ଦିନକୁ ଦିନ ଗଞ୍ଜାମ ଜିଲ୍ଲା ଅଶାନ୍ତ ଆଡକୁ ଗତି କଲାଣି ଗଞ୍ଜାମ ଜିଲ୍ଲା ପୋଲିସ ବନ୍ଧୁକ ଜବତ କଲା କିନ୍ତୁ ବ୍ରହ୍ମପୁର ପୋଲିସ ଜିଲ୍ଲା ରୁ କୌଣସି ବନ୍ଧୁକ କିମ୍ବା ଅପରାଧୀ ଗିରଫ ହୋଇନାହାନ୍ତି l ଏଠାରେ ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଣ ବ୍ରହ୍ମପୁର ପୋଲିସ ଜିଲ୍ଲା କଣ ଅପରାଧୀ ନିୟନ୍ତ୍ରଣ ରେ ରହିଛି..? ଏହି ଜିଲ୍ଲାରେ କଣ ଚୋରା ବନ୍ଧୁକ ନାହିଁ..? I ଗଞ୍ଜାମ ପୋଲିସ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ମିଳିତ ଚଢ଼ାଉ ହେବା ଜରୁରୀ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମତ ରଖିଲେଣି ନଚେତ ଆଗାମୀ ଦିନରେ ଅନେକ ଅରାଜକତା ଏବଂ ଅନେକ ମୁଣ୍ଡ ଗଡିବା ସମ୍ଭାବନା l

Leave A Reply

Your email address will not be published.