ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ : ଅନବିଜ୍ଞ ଓ ଅପାଠୁଆ ଙ୍କ ଦ୍ୱାରା ଔଷଧ ବିକ୍ରି…..!

add-all

ନିଘୋଡ଼ ନିଦ ରେ ଜିଲ୍ଲା ଔଷଧ ଅଧିକାରୀ ଓ ଜିଲ୍ଲା ପ୍ରଶାସନ..!

ରୋଗୀଙ୍କ ଜୀବନ ସହ ଖେଳୁ ଛନ୍ତି ଅନବିଜ୍ଞ ଔଷଧ ଦୋକାନୀ କର୍ମଚାରୀ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡ୍ରଗ୍ସସ ବିଭାଗ ଏବେ କୋମାରେ। ଜିଲ୍ଲାର କୋଣ ଅନୁକୋଣ ରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲାଯାଇଛି। ପ୍ରତିଯୋଗିତା ମୂଳକ ଭାବେ ରିହାତି ମୂଲ୍ୟରେ ଏବେ ଔଷଧ ବିକ୍ରି ହେଉଛି। ଅଧିକାଂଶ ଔଷଧ ଦୋକାନ ରେ ଫାର୍ମାସିଷ୍ଟ ନାଁ ରେ ଅନଭିଜ୍ଞ ଯୁବକ ଯୁବତୀ ମାନଙ୍କୁ ରଖି ଔଷଧ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି। ବହୁ ଔଷଧ ଦୋକାନ ରେ ଫାର୍ମାସିଷ୍ଟ ରହୁନାହାନ୍ତି। ଔଷଧ ବିକ୍ରିକୁ ପ୍ରାଧାନ୍ୟ ଦେବା ଓ ଗ୍ରାହକ ଙ୍କୁ ଅଧିକା ରିହାତି ଦେବା ବାହାନାରେ ଅନାମଧ୍ୟୟ ଔଷଧ ବି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅଧିକାଂଶ ରୋଗୀଙ୍କୁ ଜେନେରିକ ଔଷଧ ସମ୍ପର୍କ ରେ ଜ୍ଞାନ ନଥିବାରୁ କିଛି ଔଷଧ ଦୋକାନୀ ଅଧିକା ଦାମରେ ଔଷଧ ବିକ୍ରି କରୁଛନ୍ତି। ଅଧିକାଂଶ ଔଷଧ ଦୋକାନୀ ଓ ଡାକ୍ତରଙ୍କ ସଲାସୁତରା ରେ ବିଭିନ୍ନ କମ୍ପାନୀ ର ଔଷଧ କିଛି ନିର୍ଦ୍ଧିଷ୍ଟ ଦୋକାନ ରେ ବିକ୍ରି ହେଉଛି। ଯେଉଁ ଡାକ୍ତରଙ୍କ ସହ ଫିକ୍ସ ହୋଇଛି, ସେ ଦୋକାନରେ ହିଁ ଡାକ୍ତର ବାବୁ ଲେଖିଥିବା ଔଷଧ ମିଳୁ ଥିବାରେ ନଜିର ଅଛି, ଯାହାଫଳରେ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି l ସର୍ଜିକାଲ ସାମଗ୍ରୀ କ୍ରୟ ବେଳେ ଗ୍ରାହକଙ୍କୁ ମାତ୍ରାଧିକ ଠକେଇ ହେଉଥିବା ଅଭିଯୋଗ ହେଉଛି।କେତେକ ସର୍ଜିକାଲ ସାମଗ୍ରୀ ରେ ମାତ୍ରାଧିକ ଏମ.ଆର.ପି ଥିଲେ ବି ସ୍ୱଳ୍ପ ଟଙ୍କାରେ କିଛି ଦୋକାନୀ କ୍ରୟ କରି ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଛନ୍ତି। ଡ୍ରଗ୍ସ ବିଭାଗ ପକ୍ଷରୁ ଔଷଧ ଦୋକାନ ଉପରେ ଯାଞ୍ଜ ଦୀର୍ଘ ଦିନ ହେଲା ଚଢ଼ାଉ ହେବାର ନଜିର ନାହିଁ। ଗଞ୍ଜାମ ଜିଲ୍ଲାରେ ଡ୍ରଗ୍ସ ବିଭାଗ ନଥିବା ଭଳି ମନେ ହେଉଛି। ବାବୁ ଶୀତତାପ ନିୟନ୍ତ୍ରଣ କକ୍ଷରେ ଆରାମ କରି କିଛି କର୍ମଚାରୀ ଙ୍କ ମାଧ୍ୟମରେ ଦୋକାନ କୁ ଦୋକାନ ପରିଦର୍ଶନ କରି ବାବୁଙ୍କ ପାଇଁ ମାସିଆରି ବଟି ଆଦାୟ କରିବାରେ ବ୍ୟସ୍ତ ବୋଲି ସବୁଠି ଏବେ ଚର୍ଚ୍ଚା ହେଉଛି। ଯାହାର ଫାଇଦା ଉଠଉଛନ୍ତି ଔଷଧ ଦୋକାନୀ l ତେଜରାତି ଦୋକାନ ପରି ଔଷଧ ଦୋକାନୀ ମାନେ ଅନବିଜ୍ଞ ଅଳ୍ପ ପାଠୁଆ ପିଲାଙ୍କୁ ନେଇ ଦୋକାନ ଚଲାଉଥିବା ଦେଖିବାକୁ ମିଳୁଛି l ସେହି ଅଳ୍ପ ପାଠୁଆ ପିଲାମାନେ ଡାକ୍ତର.. ଫାର୍ମାସିଷ୍ଟ ପରି ରୋଗୀଙ୍କୁ ବ୍ୟବହାର ଦେଖାଇ ଔଷଧ ବିକ୍ରି କରନ୍ତି l ସରକାର ଙ୍କ କଡା ନିୟମ ରହିଛି ଡାକ୍ତର ଙ୍କ ଲେଖା ବିନା ଔଷଧ ବିକ୍ରୀ କରିବା ମନା କିନ୍ତୁ ଏହାର ବ୍ୟତିକ୍ରମ କେବଳ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳେ ପୁଣି ଡାକ୍ତର ଙ୍କ ଲେଖା ମୁତା ବକ ଔଷଧ ନଦେଇ ଅନ୍ୟ କମ୍ପାନୀ ର ଔଷଧ ଏହା ଠାରୁ ଭଲ କହିଁ ରୋଗୀଙ୍କୁ ଧରାଇ ଦିୟନ୍ତି l ଯାହାକି ରୋଗୀଙ୍କ ଜୀବନ ପ୍ରତି ଖେଳ କହିଲେ କିଛିବି ଭୂଲ ହେବ ନାହିଁ l ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଔଷଧ ଦୋକାନ ଉପରେ ଚଢ଼ାଉ କରି ରୋଗୀଙ୍କୁ ନ୍ୟାୟ ଦେବାକୁ ସାଧାରଣ ତଥା ବୁଦ୍ଧିଜୀବୀ ତରଫରୁ ଦାବୀ ହଉଛି l

ad-week
Leave A Reply

Your email address will not be published.